ନାବାଳିକା ଅପହରଣ ପରେ ଦୁଷ୍କର୍ମ, ବନ୍ଧା ହେଲା – ରସିକିଆ ପ୍ରେମିକ

ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ଅଂଚଳରେ ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ରସିକିଆ ପ୍ରେମିକ ବନ୍ଧା ହେବା ଘଟଣା ଭଦ୍ରେଶ୍ୱର ଫାଣ୍ଡି ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଖବର ମୁତାବକ ମାହାଙ୍ଗା ବ୍ଲକ ହଳଦିଆ ପଞ୍ଚାୟତ ହଳଦିଆ ଗ୍ରାମର ଜୈନିକ ସୋଳବର୍ଷୀୟା କଲେଜ ପଢୁଆ ନାବାଳିକା ଯୁବତୀକୁ ଓଳକଣା ଗ୍ରାମର ଅରକ୍ଷିତ ପ୍ରଧାନଙ୍କ ପୁଅ ଅଶୋକ ପ୍ରଧାନ ଗତ କାଲି ହଳଦିଆ ହାଟ ନିକଟରୁ ମିଥ୍ୟା ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା, ପରେ କଟକରେ ରଖି ଦୁଷ୍କର୍ମ କରିଥିବା ଭଦ୍ରେଶ୍ୱର ଫାଣ୍ଡିରେ ପୀଡିତା ନାବାଳିକାଙ୍କ ମା ଅଭିଯୋଗ କରିଛନ୍ତି l

ତେବେ ଆଜି ଉକ୍ତ ନାବାଳିକା ଓ ରସି କୀଆ ପ୍ରେମିକକୁ ପରିବାର ଲୋକ ସାଲେପୁର ରୁ ଉଦ୍ଧାର କରି ଘରକୁ ଆଣିବା ସମୟରେ ସମ୍ପୃକ୍ତ ରଶିକିୟା ପ୍ରେମିକ ନାବାଳିକାର ଘର ନିକଟରେ ଅଟୋରୁ ଡେଇଁ ପଳାଇଯାଉଥିବାବେଳେ ଲୋକେ କାବୁକାରୀ ଏକ ଗଛରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ l  ଖବର ପାଇ ପୋଲିସ ରସିକିଆ ପ୍ରେମିକକୁ ଉଦ୍ଧାର କରିବା ସହ ଫାଣ୍ଡିକୁ ନେଇ ଅଟକ ରଖି ତଦନ୍ତ ଜାରି ରହିଥିବା ଫାଣ୍ଡି ଅଧିକାରୀ ତପନ ନାୟକ ସୂଚନା ଦେଇଛନ୍ତି 

Exit mobile version