
ଓଡ଼ିଶା ତାଜା ନ୍ୟୁଜ୍ (୨୩ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ମେଷ : ଆଜିର ଦିନ ମିଶ୍ର ଫଳ ମିଳିବ। ଆଜି ଆପଣଙ୍କୁ ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଏବଂ ରାଗଦ୍ଵେଷରୁ ଦୂରରେ ରହିବାକୁ ପଡ଼ିବ। ନିଜର ଲୁକ୍କାୟିତ ଶତ୍ରୁମାନଙ୍କଠାରୁ ସମ୍ଭାଳିକରି ରହିବେ। ରହସ୍ୟମୟୀ କଥାଗୁଡ଼ିକରେ ଆଜି ଆପଣଙ୍କ ରୁଚି ରହିବ ତଥା ଗୂଢ ବିଦ୍ୟା ପ୍ରତି ଆକର୍ଷଣ ଅଧିକ ରହିବ। ସମ୍ଭବତଃ ଆଜି ଯାତ୍ରା ଟାଳି ଦିଅନ୍ତୁ। ଯାତ୍ରାରେ ଅଣୋପେକ୍ଷିତ ବାଧା ଆସିପାରେ। ଆଜି କୌଣସି ମଧ୍ୟ ନୂଆ କାର୍ଯ୍ୟର ପ୍ରାରମ୍ଭ କରନ୍ତୁ ନାହିଁ। ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତ ହେବାର ଯୋଗ ଅଛି।

