ଗ୍ରୀନ୍ ୱାଲଡ଼୍ ଟ୍ରଷ୍ଟର ମିଶନ ଗ୍ରୀନ୍‌ ଏକାମ୍ର କଲେଜରେ ଚାରା ରୋପଣ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ସେପ୍ଟେମ୍ବର , ବୁଧବାର ) ଭୁବନେଶ୍ୱର :- ଗ୍ରୀନ୍ ୱାଲ୍‌ଡ ଟ୍ରଷ୍ଟ ପକ୍ଷରୁ ମିଶନ ଗ୍ରୀନ୍‌-୨୧ ପରିପ୍ରେକ୍ଷିରେ ଏକାମ୍ର କଲେଜ ପରିସରରେ ବିଜେଡି ଲିଗାଲ ସେଲ ସହଯୋଗରେ ବ୍ୟାପକ ବୃକ୍ଷ ଚାରା ରୋପଣ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ ।

 

ଏଥିରେ ଲିଗାଲ ସେଲର ସଦସ୍ୟଗଣ, ବହୁ ମୁରବୀ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ । ଏହି ଗଛକୁ ବଚାଂଇ ରଖିବା ପାଇଁ ପ୍ରତିଦିନ ପାଣି ଦିଆଯିବା ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି ।

Exit mobile version