ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ କଟକ ସହର ପାଇଁ ଏହାର ଦ୍ୱିତୀୟ ଗ୍ରାହକ ସେବା କେନ୍ଦ୍ର (ସିସିସି) ଉତ୍ସର୍ଗୀକୃତ

ଓଡ଼ିଶା ତାଜା ନ୍ୟୁଜ୍ ( ୨୨ ସେପ୍ଟେମ୍ବର , ବୁଧବାର ) ଭୁବନେଶ୍ୱର :- ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ସ୍ଥାପନ ହୋଇଥିବା ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଆଜି କଟକର ରାଣୀହାଟ ସ୍ଥିତ ସିଡିଡି-୧ ଇଲେକ୍ଟ୍ରେିକାଲ୍ ଡିଭିଜନ୍ ଅଫିସ୍‌ରେ ଏକ ନୂଆ ଗ୍ରାହକ ସେବା କେନ୍ଦ୍ର (ସିସିସି) ଉଦ୍‌ଘାଟନ କରାଯାଇଛି । ଏହା ସାମିଲ ହେବା ପରେ ଓଡ଼ିଶାରେ ମୋଟ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟା ୯ରେ ପହଂଚିଛି । ଏହି ଗ୍ରାହକ ସେବା କେନ୍ଦ୍ରକୁ କଟକ ଜିଲ୍ଲା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଭବାନୀ ଶଙ୍କର ଚଇନି, ଓଏଏସ (ଏସଏଜି) ଟିପିସିଓଡିଏଲ୍‌ର ବରିଷ୍ଠ ପରିଚାଳନା ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।

ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ, ଅନ୍ୟ ସିସିସିଗୁଡ଼ିକ ଭଳି ଏହି ଗ୍ରାହକ ସେବା କେନ୍ଦ୍ର ଉଚ୍ଚ ପ୍ରଶିକ୍ଷିତ ଅଧିକାରୀଙ୍କ ଟିମ୍ ଦ୍ୱାରା ପରିଚାଳିତ ହେବ ଯେଉଁଠାରେ ଗ୍ରାହକମାନଙ୍କୁ ବିଲିଂ ଠାରୁ ପେମେଂଟ୍‌ ପର୍ଯ୍ୟନ୍ତର ବିଭିନ୍ନ ପ୍ରକାର ପ୍ରଶ୍ନ/ ଅଭିଯୋଗ ଆଦିର ତ୍ୱରିତ ପ୍ରତିକ୍ରିୟା ଭଳି ଗ୍ରାହକ ସେବା ପ୍ରଦାନ କରାଯିବ । ଗ୍ରାହକମାନେ ନୂଆ ବିଦ୍ୟୁତ ସଂଯୋଗ ନେବା ଲାଗି ଆବେଦନ, ମାସିକ ବିଲ୍ ପେମେଂଟ୍‌, ନାମ ଓ ଠିକଣା ପରିବର୍ତନ ଇତ୍ୟାଦି ଓ ଅନ୍ୟାନ୍ୟ ଗ୍ରାହକ ସମ୍ପର୍କିତ ସେବା ପାଇଁ ଅନୁରୋଧ ପଞ୍ଜୀକରଣ କରିପାରିବେ । “ଗ୍ରାହକମାନେ ନିଜେ କିମ୍ବା ଗ୍ରାହକ ସେବା କାର୍ଯ୍ୟନିର୍ବାହୀଙ୍କ ଜରିଆରେ ସେମାନଙ୍କ ଅଭିଯୋଗର ସମାଧାନ ପାଇପାରିବେ ।

ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଟୋକନ୍ ବ୍ୟବସ୍ଥାର ଶୁଭାରମ୍ଭ କରାଯିବା ସହ ଏହି ଗ୍ରାହକ ସେବା କେନ୍ଦ୍ରରେ ସେଲ୍‌ଫ୍‌-ହେଲ୍‌ପର ବ୍ୟବସ୍ଥା ରହିଛି । ମୁଁ ଆଶା କରୁଛି ଯେ ଟିପିସିଓଡିଏଲ୍‌ର ଗ୍ରାହକ ସେବା କେନ୍ଦ୍ର ଟିମ୍ ଓ ସେମାନଙ୍କ କର୍ମଚାରୀ ଡିଜିଟାଲ୍ ବ୍ୟବସ୍ଥା ସହାୟତାରେ କଟକର ଲୋକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବେ ବୋଲି ଶ୍ରୀଯୁକ୍ତ ଭାବନୀ ଶଙ୍କର ଚଇନି, ଓଏଏସ୍ (ଏସ୍‌ଏଜି), ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, କଟକ ଜିଲ୍ଲା କହିଛନ୍ତି ।

ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ କହିଛନ୍ତି ଯେ, “କଟକରେ ଆମର ନୂଆ ଗ୍ରାହକ ସେବା କେନ୍ଦ୍ରକୁ ଉଦଘାଟନ କରି ଆମେ ବହୁତ ଖୁସି । ଗ୍ରାହକମାନଙ୍କ ଦୁଃଖକୁ ଚିହ୍ନଟ କରି ଆମ ସେବାକୁ ଦୃଢ଼ କରିବା ଏବଂ ସେଥିରେ ଉନ୍ନତି ଆଣିବା ଏବଂ ସେମାନଙ୍କୁ ଯଥା ସମ୍ଭବ ଶୀଘ୍ର ସମାଧାନ ପ୍ରଦାନ କରିବାକୁ ନିଶ୍ଚିତ କରିବା ହେଉଛି ଆମର ଲକ୍ଷ୍ୟ । ଆମର ଲକ୍ଷ୍ୟ ହେଉଛି ସିସିସି ନେଟ୍‌ୱର୍କକୁ ବଢ଼ାଇବା ଏବଂ ଗୋଟିଏ ଛାତ ତଳେ ବିଭିନ୍ନ ପ୍ରକାର ସେବା ଓ ଅଭିନବ ସମାଧାନ ସହଜରେ ପ୍ରଦାନ କରିବାକୁ ନିଶ୍ଚିତ କରିବା ।’’

Exit mobile version