ନୟାଗଡ଼ ଜିଲ୍ଲା ପାଇଁ ୟୁଥ ଫର ଆକ୍ସନର କର୍ମକର୍ତ୍ତା ଘୋଷଣା

ଓଡ଼ିଶା ତାଜା ନ୍ୟୁଜ୍ (୨୨ ସେପ୍ଟେମ୍ୱର ବୁଧବାର ) ନୟାଗଡ଼ :- ଆଜି ଦିବା 11ଘଟିକା ସମୟରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦେବାଶିଷ ନାୟକ,ୟୁଥ ଫର ଆକ୍ସନ ଓଡିଶା କାର୍ଯ୍ୟ କାରି ସଭାପତି ସୁଜିତ ସିଂ, ପୁର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ, ପୁର୍ବାଞ୍ଚଳ ଉପ ସଭାପତି ତଥା ଜିଲ୍ଲା ପ୍ରଭାରୀ ସଂଞ୍ଜୟ କୁମାର ନାୟକ ଙ୍କ ଉପସ୍ଥିତି ତଥା ପରମେଶ୍ୱର ସାହୁ ଜିଲ୍ଲା ସଭାପତି ନୟାଗଡ଼ ଙ୍କ ସଭାପତିତ୍ୱ ରେ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତା ମାନଙ୍କ ର ଏକ ବୈଠକ ହେବା ସହିତ ଦାୟିତ୍ୱ ଘୋଷଣା ପର୍ବ ଅନୁଷ୍ଠିତ ହୋଇଯାଇଛି l

ଏଥିରେ ସମାଜସେବୀ ଶ୍ରୀକାନ୍ତ ଖଟେଇ, ସମାଜ ସେବୀ ଦାମୋଦର ସାହୁ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ନୟାଗଡ଼ ପ୍ରହଲ୍ଲାଦ ବରାଡ,ସୋମ୍ୟ ରଞ୍ଜନ ପ୍ରଧାନ ସୋମ୍ୟ ପୂର୍ବତନ ସରପଞ୍ଚ ଲକ୍ଷ୍ମୀପ୍ରସାଦ, ଜଗନ୍ନାଥ ପ୍ରେମୀ ଅବତାର ହୁସେନ, ବିଶିଷ୍ଟ ସମାଜ ସେବୀ ନିଗମାନନ୍ଦ ଦାସ ଆଦି ଅନେକ ମାନ୍ୟ ଗର୍ଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ରଣପୁର ର ଗୋସେବକ ସନାତନ ରଣା ସନାତନ ରଣା , କାହ୍ନୁ ଚରଣ ବେହେରା , ଜଗନ୍ନାଥ , ବିଶ୍ୱରଞ୍ଜନ , ସଞ୍ଜୀବ କୁମାର ପ୍ରଧାନ , ପପୁ ଖାନ୍ ଇତ୍ୟାଦି ବିଜେପି ରେ ଯୋଗ ଦେଲେ । ଉକ୍ତ ବୈଠକ ରେ ଜିଲ୍ଲା ର 24ଜଣିଆ କାର୍ଯ୍ୟକାରୀଣି ଟିମ ସହ ୮ ଟି ଯାକ ବ୍ଲକ ର ସଭାପତି ଘୋଷଣା କରାଗଲା ଏବଂ ୩ ଟିଏନ. ଏ. ସି ସହ ନୟାଗଡ଼ ମୁନିସିପାଲିଟି ଟିମ ଘୋଷଣା କରାଗଲା |  (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version