ନିମ-ମାନବଜାତିକୁ ପ୍ରକୃତିର ଉପହାର

ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାର ଭୁବନେଶ୍ୱର :-  ନିମ ହେଉଛି ପ୍ରକୃତିର ଏକ ପବିତ୍ର ଉପହାର । ଜାତିସଂଘ ପକ୍ଷରୁ ଏହି ଅତୁଲ୍ୟ ଉଦ୍ଭିଦକୁ ଏକବିଂଶ ଶତାବ୍ଦୀର ବୃକ୍ଷ ଭାବେ ଘୋଷଣା କରାଯାଇଛି । ପ୍ରାଚୀନ ବେଦ, ଉପନିଷଦ ଆଦିରେ ନିମକୁ “ସର୍ବ ରୋଗ ନିବାରିଣୀ’ ଭାବେ ବର୍ଣ୍ଣନା କରାଯାଇଛି ଯାହାର ଅର୍ଥ ହେଉଛି ଏଥିରେ ଥିବା ଔଷଧୀୟ ଗୁଣ ସବୁ ରୋଗ ଭଲ କରିବ । ଆୟୁର୍ବେଦ, ୟୁନାନି ଓ ହୋମିଓପାଥି ଔଷଧରେ ଏହାକୁ ବ୍ୟାପକ ଭାବେ ବ୍ୟବହାର କରାଯାଉଛି । ନିମରେ କିଟ ନିୟନ୍ତ୍ରଣ ଓ ଔଷଧୀୟ ଗୁଣ ରହିଛି । ଅଧିକ ଗୁରୁତ୍ୱୂର୍ଣ୍ଣ ହେଉଛି ଏହି ଦୈବିକ ବୃକ୍ଷରୁ ତିଆରି ହେଉଥିବା କିଟନାଶକ ସିନ୍ଥେଟିକ କିଟନାଶକ ତୁଳନାରେ ଅଧିକ ସୁରକ୍ଷିତ ଓ ଜୈବ ବିଘଟିତ ମଧ୍ୟ । ଏଥିରେ ମଣିଷ କିମ୍ବା ପଶୁଙ୍କ ପାଇଁ କୌଣସି ବିଷକ୍ରିୟ ସୃଷ୍ଟିକାରୀ ଉପାଦାନ ନାହିଁ । ଏହି ଗଛର ପତ୍ରରେ ଜୀବାଣୁନିରୋଧୀ ଓ ଫଙ୍ଗସ ନିରୋଧୀ ଗୁଣ ରହିଛି । ଭାରତର ପ୍ରିମିୟର ବ୍ୟବସାୟ ପ୍ରତିଷ୍ଠାନ ଆଇଟିସି ଲିମିଟେଡ୍ ପକ୍ଷରୁ ନିମର ଭଲ ଗୁଣକୁ ନେଇ ୧୦୦% ପ୍ରାକୃତିକ ଚଟାଣ ସ୍ୱଚ୍ଛତା ପ୍ରଦାନକାରୀ ନିମାଇଲ୍‌କୁ ଉନ୍ମୋଚନ କରାଯାଇଛି । ଚଟାଣ ହେଉଛି ଘରର ସବୁଠୁ ସମ୍ବେଦନଶୀଳ ଓ ଦେଖାଯାଉଥିବା ଅଂଶ ଯାହା ମଇଳା ହୋଇଥାଏ ଏବଂ ଏଥିରେ ଜୀବାଣୁ ରହିଥାଏ । ଅଧିକାଂଶ ଚଟାଣ ସଫା କରା ସାମଗ୍ରୀ କ୍ଲୋରିନ୍ ଉପରେ ପର୍ଯ୍ୟବେସିତ ଏବଂ ସେଥିରେ ବି.ଳ ପରିମାଣର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଛି ଯାହା ଜୀବାଣୁ ସହିତ ଲଢ଼େଇ କରେ ।

୨୦ ବର୍ଷର ପରମ୍ପରା ଥିବା ନିମାଇଲ ହେଉଛି କ୍ଲୋରିନ୍ ମୁକ୍ତ ଉତ୍ପାଦ ଯାହାକୁ ଚଟାଣରେ ଥିବା ଜୀବାଣୁକୁ ପ୍ରଭାବଶାଳୀ ଢଙ୍ଗରେ ନାଶ କରିବା ଭଳି ପ୍ରସ୍ତୁତ କରାଯାଇଛି । ନିମାଇଲ୍‌ରେ ଅନେକ ପ୍ରକାର ପ୍ରାକୃତିକ ଉପାଦାନ ବ୍ୟବହାର କରାଯାଇଛି ଏବଂ ସେଥିରେ କୌଣସି ପ୍ରକାର କ୍ଲୋରିନ୍ ବ୍ୟବହାର କରାଯାଇନଥିବାରୁ ତାହା ଛୋଟ ପିଲା ଓ ଶିଶୁଙ୍କ ପାଇଁ ସୁରକ୍ଷିତ । ଡକ୍ଟର ନନ୍ଦ କିଶୋର ଡୁକି ।ଟି, ଏମ୍‌ଡି, ଲିଭ୍‌ଲାଇଫ୍ ହସ୍ପିଟାଲ୍‌ସ, ଆଡଭାନ୍ସଡ୍ ଲାକ୍ରୋସ୍କୋପି ଆଣ୍ଡ୍‌ ଗ୍ୟାଷ୍ଟ୍ରୋଏଟେଂରୋଲୋଜି ବିଶେଷଜ୍ଞ କହିଛନ୍ତି ଯେ, “ନିମ ପୀଡ଼ାନାଶକ ଭାବେ କାର୍ଯ୍ୟ କରେ । ପ୍ରାଚୀନ କାଳରୁ ନିମର କବଳକୁ ପୀଡ଼ା ହାରକ ଭାବେ ବ୍ୟବହାର କରାଯାଉଛି ଯାହା ଜ୍ୱର ଭଲ କରିବାରେ ସହାୟକ ହୋଇଥାଏ । ଆୟୁର୍ବେଦିକ ଔଷଧରେ ମାଲେରିଆ ରୋଗ ଭଲ କରିବା ଲାଗି ନିମକୁ ବ୍ୟବହାର କରାଯାଏ । ଏହି ରୋଗ ମୌସୁମୀ ସମୟରେ ଅଧିକ ମାଡ଼ିଥାଏ । ନିକଟରେ କରାଯାଇଥିବା ଏକ ପରୀକ୍ଷଣରୁ ଜଣାପଡ଼ିଛି ଯେ ନିମରେ ଥିବା ଗେଡୁନିନ୍‌ ହେଉଛି ମ୍ୟାଲେରିଆ ବିରୋଧରେ କ୍ୱିନାଇନ୍ ଠାରୁ ଅଧିକ ପ୍ରଭାବଶାଳୀ । ନିମକୁ ସାଧାରଣ ଥଣ୍ଡା, କଫ, ଶ୍ୱାସ ରୋଗ ଓ ବ୍ରୋଙ୍କାଇଟିସ୍ ଓ ମୂତ୍ର ନଳୀର ଉପଚାର ଲାଗି ବ୍ୟବହାର କରାଯାଏ । ଆଲର୍ଜି ଠାରୁ ମଧ୍ୟ ଏହା ଉପଷମ ପ୍ରଦାନ କରିଥାଏ । ନିମାଇଲ୍‌ରେ ଥିବା ନିମର ଶକ୍ତି ଚଟାଣ ଓ ବିଭିନ୍ନ ସ୍ଥାନର ଉପରି ଭାଗରୁ କୋଭିଡ୍‌-୧୯ କରୋନା ଭୂତାଣୁକୁ ମଧ୍ୟ ନାଶ କରିଥାଏ ।

Exit mobile version