ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଜୀଉଙ୍କ ଗୁଣଗାନ ରଥ ବରଗଡ଼ ରେ ସ୍ଵାଗତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବରଗଡ଼ :-ବିଶ୍ଵ ଶାନ୍ତି ଏବଂ କରୋନା କାଳରେ ଦୁଃଖ ଗ୍ରସ୍ତ ଲୋକଙ୍କ ଆତ୍ମିକ ଚିନ୍ତନ ବୃଦ୍ଧି ସକାଶେ ରାଜସ୍ଥାନର ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ଖାଟୁ ନରେଶ ଙ୍କ ଧାମ ରୁ ଭାରତ ଯାତ୍ରା ରେ ବାହାରି ଥିବା ଶ୍ରୀ ଶ୍ରୀ ଶ୍ୟାମ ଅଖଣ୍ଡ ଜ୍ୟୋତି ରଥର ବରଗଡ଼ ଠାରେ ଭବ୍ୟ ସ୍ଵାଗତ କରାଯାଇଥିଲା।

ରଥକୁ ବରଗଡ଼ ତପୋବନ ଆପର୍ଟମେଣ୍ଟ ପରିସରରେ ବରଗଡ଼ ଶ୍ୟାମ ବିହାରୀ ଜୀଉଙ୍କ ଭକ୍ତ ମାନେ ଉପସ୍ଥିତ ରହି ବିଶେଷ ପୂଜାର୍ଚ୍ଚନା କରି ସ୍ବାଗତ କରିଥିଲେ।ରଥର ମୁଖ୍ୟ, ଭଜନ ଗାୟକ ତଥା ପ୍ରବଚକ କୁମାର ଗିରି ରାଜ ଙ୍କୁ ମଧ୍ୟ ଶ୍ୟାମ ବିହାରୀ ଜୀଙ୍କ ନାମରେ ନାମିତ ଉପଢ଼ୌକନ ଦେଇ ଓଡ଼ିଶା ପ୍ରଭାରୀ ତଥା ବରିଷ୍ଠ ସାମ୍ବାଦିକ କିଶନ ଲାଲ ଅଗ୍ରୱାଲ ସମର୍ଦ୍ଧିତ କରିଥିଲେ।

ଉକ୍ତ ଅଖଣ୍ଡ ଜ୍ୟୋତି ଗୁଣଗାନ ରଥ ରାଜସ୍ଥାନର ଖାଟୁ ଜିଲ୍ଲା ସ୍ଥିତ ଶ୍ରୀ ଶ୍ରୀ ଶ୍ୟାମ ବିହାରୀ ମୁଖ୍ୟ ପୀଠ ରୁ ଗତ ମାର୍ଚ୍ଚ ୨୬ ତାରିଖ ରୁ ବିହାରି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଛତିଶଗଡ଼ ଦେଇ ୫ ହଜାର କିଲୋମିଟର ପରିଭ୍ରମଣ କରି ଆଜି ଓଡିଶା ର ବରଗଡ଼ ଜିଲ୍ଲା ରେ ପହଞ୍ଚଛି। ଆସନ୍ତାକାଲି ସମ୍ବଲପୁର, ରାଉରକେଲା ଦେଇ ଝାରଖଣ୍ଡ ରାଜ୍ୟ କୁ ଯିବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ବରଗଡ଼ ଶ୍ୟାମ ବିହାରୀ ଜୀଙ୍କ ଭକ୍ତ ମାନଙ୍କ ମଧ୍ୟରେ ପଣ୍ଡିତ ବଜରଙ୍ଗ ଲାଲ ଶର୍ମା, ଦାମୋଦର ଅଗ୍ରୱାଲ, ମହେଶ ଅଗ୍ରୱାଲ,ନାନା ଅଗ୍ରୱାଲ, ମନୋଜ ଅଗ୍ରୱାଲ, ଭଟଲି ଶ୍ୟାମ ବିହାରୀ ମନ୍ଦିର ଟ୍ରଷ୍ଟି ଘନଶ୍ୟାମ ଅଗ୍ରୱାଲ, ଡାକ୍ତର ପଓ୍ବନ ଶର୍ମା,ରାମ ଗୋପାଳ ବ°ନସଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।        ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) 

Exit mobile version