Home ଓଡ଼ିଶା ଗଜପତି ଜିଲ୍ଲା ମୋହନା ବ୍ଲକ : ଶିଙ୍କୁଳିପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁ ନାହାନ୍ତି ଡାକ୍ତର by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ସରକାରୀ ବାସଭବନ ଭିତରେ ଏସି ,ଲାଇଟ ଜଳୁଛି ବାହାରେ ପଡ଼ିଛି ତାଲା ଓଡ଼ିଶା ତାଜା ନ୍ୟୁଜ୍ (୨୧ ସେପ୍ଟେମ୍ବର ମଙ୍ଗଳବାର) ପାରଳାଖେମୁଣ୍ଡି :- ରାଜ୍ୟ ସରକାର ବିଭିନ୍ନ ସମୟରେ ଖବର କାଗଜରେ ନିଜର ପ୍ରଚାର ପ୍ରସାର କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଉନ୍ନତି କରଣ କରୁଥିବା ଡିଣ୍ଡିମ ପିଟୁଛନ୍ତି।ଏପରିକି କିଛି ଦିନ ତଳେ ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ଆଦିବାସୀ ଅଞ୍ଚଳର କିଛି ମହିଳାଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଥିଲେ । ଅନେକ ସ୍ଥାନରେ ମେଡ଼ିକାଲରେ ନୂତନ କୋଠା ମଧ୍ୟ ନିର୍ମାଣ କରିଛନ୍ତି ହେଲେ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଥିବା ଅନେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଦିନେ ଡାକ୍ତର ରହିଲେ ୬ଦିନ ଅନୁପସ୍ଥିତ ରହୁଛନ୍ତି। ଯାହାଫଳରେ ଫାର୍ମାଶିଷ୍ଟ କରୁଛନ୍ତି ଡାକ୍ତରୀ ଚିକିତ୍ସା । ମୋହନା ବ୍ଲକରେ ରହିଥିବା ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ସଂପର୍କରେ ଆଗରୁ ବହୁ ବାର ଖବର କାଗଜରେ ପ୍ରସାରଣ ହୋଇଥିଲା । କିନ୍ତୁ ଫଳ ଶୂନ।ସବୁ ଚାଲିଛି ସଲାସୁତରାରେ । ଚୁଡଙ୍ଗପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରାହୁନାହାନ୍ତି କି ଗୋବିନ୍ଦପୁରରେ ମଧ୍ୟ ଯେଉଁ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି ସେ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଉନାହାଁନ୍ତି । ମୋହନା ମେଡ଼ିକାଲରେ ହାତ ଗଣତି କିଛି ଡାକ୍ତର ଦିନେ କାର୍ଯ୍ୟରେ ଯୋଗ ଦେଇ ଅନେକ ଦିନ ବ୍ରହ୍ମପୁରରେ ରହୁଛନ୍ତି। ସେହିଭଳି ଶିଙ୍କୁଳିପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ଡାକ୍ତର ପୃଥିବୀରାଜ ଜେନାଙ୍କ ବିରୋଧରେ ଆଗରୁ ବହୁବାର ଅଞ୍ଚଳବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ନୀରବ । ଡାକ୍ତର ଜେନା କେନ୍ଦ୍ରରେ ଉପସ୍ଥିତ ରାହୁନାହାନ୍ତି କି ରୋଗୀଙ୍କୁ ଭଲ ବ୍ୟବହାର ଦେଖାଉନାହାନ୍ତି। ଏପରିକି ଏକ୍ସପାୟାର ଔଷଧ ଦେଉଥିବା ଅଭିଯୋଗ ଆଣିଥିଲେ ଲୋକେ । ତଥାପି ତାଙ୍କ ଉପରେ କୌଣସି ପଦେକ୍ଷେପ ନ ନେଇ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବୋଲି ଗ୍ରାମବାସୀ କହିଛନ୍ତି । ସୂଚନାଯୋଗ୍ୟ ୧୮ ତାରିଖ ଠାରୁ ଡାକ୍ତର ଜେନା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଉପସ୍ଥିତ ନ ରହି ୨୦ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ଥିବା ଉପସ୍ଥାନ ଖାତାରେ ଦସ୍ତଖତ କରିଛନ୍ତି । ଡାକ୍ତର ଜେନା ରହୁଥିବା ସରକାରୀ ବାସ ଗୃହରେ ବାହାରେ ତାଲା ଝୁଲୁଥିବା ବେଳେ ଘର ଭିତରେ ଏସି, ଫେନ ,ଲାଇଟ ଜଳୁଛି । ସୋମବାର ଦିନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀମାନେ ଆସିଥିଲେ କିନ୍ତୁ ଡାକ୍ତର ଉପସ୍ଥିତ ନଥିଲେ । ବାଧ୍ଯହୋଇ କମ୍ପାଣ୍ଡର ରୋଗୀଙ୍କୁ ଚିକିତ୍ସା କରିଥିଲେ। ସେହିପରି ଚୁଡଙ୍ଗପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ଯ୍ୟଗତ ଥିବା ଡାକ୍ତର ପ୍ରବୀର ସେଠୀ ମଧ୍ୟ ଉପସ୍ଥିତ ନଥିଲେ । ସପ୍ତାହରେ ଗୋଟିଏ ଦିନ ରହି ଚାଲିଯାଉଛନ୍ତି ନିଜ ଗାଁକୁ ବୋଲି ଚୁଡଙ୍ଗପୁର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ମୋହନା ବ୍ଲକର ବୁଦ୍ଧିଜୀବି ମାନେ କହିଛନ୍ତି ରାଜ୍ୟ ସରକାରଙ୍କ ୫ଟି ଶାସନ ଚାଲିଛି କିନ୍ତୁ ମୋହନା ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ଅବ୍ଯବସ୍ଥା ଗୁଡିକ ସମାଧାନ ହୋଇପାରୁନି କି ଜିଲ୍ଲାପାଳ ଡାକ୍ତର ମାନଙ୍କ ଉପରେ କୋଣସି ପଦକ୍ଷେପ ନେଉନାହାନ୍ତି। ଯାହାରି ଫଳରେ ରୋଗୀମାନେ ବହୁ ଦୁଃଖ କଷ୍ଟ ସହୁଛନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରସାଶନ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି।(ଗରୁଡ଼ ଧ୍ଵଜଚୌଧୁରୀ) Categories: ଓଡ଼ିଶା, ଗଜପତି, ହୋମ୍ Related Content ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ by Proprietor Abhimanyu Maharana May 11, 2026 ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana May 11, 2026 ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ by Proprietor Abhimanyu Maharana May 11, 2026 ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ by Proprietor Abhimanyu Maharana May 11, 2026 ବଙ୍ଗୋମୁଣ୍ଡା ସାମ୍ବାଦିକ ଭବନ ପାଇଁ ଭୂମି ପୂଜନ କଲେ ବିଧାୟକ - ଲକ୍ଷ୍ମଣ ବାଗ by Proprietor Abhimanyu Maharana May 11, 2026 ତୁରେକେଲା ଥାନା ପରିସରରେ ମହିଳା ଓ ଶିଶୁମାନଙ୍କ ସଚେତନତା ପାଇଁ “ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana May 11, 2026