ସାଇକେଲ ଚୋରକୁ ଗ୍ରାମବାସୀମାନେ ଥାନାରେ ଜିମା ଦେଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ଛକ ନିକଟରେ ସାଇକେଲ ଚୋର ସହିତ କବାଡିଆକୁ ରାସ୍ତାକଡରେ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ପିଟିଲେ । ସୂଚନା ଥାଉକି ସାଇକେଲ ମରାମତି ଦୋକାନୀ ସନ୍ତୋଷ ପଣ୍ଡା ସେହିଗ୍ରାମର ଆଶିଷ ତ୍ରିପାଠୀ ନିଜର ସାଇକେଲ ସଜାଡିବାକୁ ଦେଇଥିବା ବେଳେ ସଂପୃକ୍ତ ଦୋକାନୀ ଜଣକ ସାଇକେଲଟିକୁ ନସଜାଡି କବାଡିଆକୁ ବିକି ଦେଇଥିଲେ । କିନ୍ତୁ ପରେ ସାଇକେଲର ମାଲିକ ସାଇକେଲଟିକୁ ଅନ୍ୟତ୍ର ଦେଖିବା ପରେ କବାଡିଆ ଏବଂ ସାଇକେଲ ଦୋକାନୀକୁ ନିସ୍ତୁକ ମାଡ଼ ଦେଇ ବାଙ୍କୀ ଥାନାରେ ଜିମା ଦେଇଥିଲେ ।

ଘୋଡାବର ଗ୍ରାମରେ ଶ୍ରୀ ଶ୍ରୀ କେଶବ ଚନ୍ଦ୍ରଙ୍କ ୨୧ତମ ସ୍ୱର୍ଣ୍ଣକ୍ଷେତ୍ର (ଫୋଟୋ ସହ)
ବାଙ୍କୀ- ବାଙ୍କୀ ବ୍ଲକ ଅନ୍ତର୍ଗତ ସାମନ୍ତରାପୁର (ସୁବର୍ଣ୍ଣପୁର) ପଞ୍ଚାୟତ ଅନ୍ତର୍ଗତ ଘୋଡାବର ଗ୍ରାମରେ ଆଜି ଶ୍ରୀ ଶ୍ରୀ କେଶବ ଚନ୍ଦ୍ର ଠାକୁରଙ୍କ ୨୧ତମ ସ୍ୱର୍ଣ୍ଣ କ୍ଷେତ୍ର ପାଳନ ହୋଇଯାଇଛି । ଗ୍ରାମର ହରିଜନ ସାହିର ସଭାପତି ଧର୍ମାନନ୍ଦ ନାୟକ, ସଂପାଦକ ବସନ୍ତ ନାୟକ, ପୂଜକ ଶିଖର ନାୟକ ଓ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା ଭଗବତ ମଣ୍ଡଳି ଯୋଗଦେଇ ଭାଗବତ ଗାନ କରିଥିଲେ । ଏଥିରେ ଏହି କାର୍ଯ୍ୟକ୍ରମ ସନ୍ତୋଷ ନାୟକ, ରାଧା ନାୟକ, ଅଖିଳ ନାୟକ, ମହେନ୍ଦ୍ର ନାୟକ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ଏହି କାର୍ଯ୍ୟକ୍ରମ ପରେ ଆନନ୍ଦ ବଜାରେ ପ୍ରସାଦ ସେବନ କରିଥିଲେ ।

Exit mobile version