କଂଗ୍ରେସରେ ମିଶିଲେ ଗୋବିନ୍ଦପୁର ୱାର୍ଡ ସଭ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଡମପଡ଼ା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ୱାର୍ଡ ସଭ୍ୟ ଗଦାଧର ବେହେରା (ଚିନା) କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ବାଙ୍କୀ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକଙ୍କ ନିତି, ଆଦର୍ଶ ଓ ନେତୃତ୍ୱକୁ ସମର୍ଥନ କରି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦାନ କରିଛନ୍ତି । ଶ୍ରୀଯୁକ୍ତ ବେହେରା ୧୯୯୨ମସିହା ଠାରୁ ଲଗାତର ଭାବେ ୨୫ବର୍ଷ ହେବ ୱାର୍ଡ ସଭ୍ୟଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।

କଂଗ୍ରେସ ଦଳରେ ଯୋଗଦାନ ପରେ ସେ ତାଙ୍କ ପ୍ରତିକ୍ରିୟାରେ କଂଗ୍ରେସ ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ସହିତ ଆଗାମୀ ପଂଚାୟତ ନିର୍ବାଚନରେ ଦଳକୁ କିପରି ବିଜୟ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ । ଏହି ମିଶ୍ରଣ ପର୍ବରେ ଡମପଡ଼ା ବ୍ଳକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକ, ଉପସଭାପତି ବାବୁଲି ଦଳେଇ, ନକୁଳ ପ୍ରଧାନ,ପୂର୍ବତନ ଯୁବ କଂଗ୍ରେସ ସଭାପତି ନୀଳମଣି ମହାପାତ୍ର, ବିଶ୍ୱରଞ୍ଜନ ପଣ୍ଡା , ଶଙ୍କର ଧଳଙ୍କ ସମେତ ଅନ୍ୟ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version