ବାଙ୍କି ମା ଚର୍ଚ୍ଚିକା ସାମ୍ବାଦିକ ତରଫରୁ ବୃକ୍ଷ ରୋପଣ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :-  ବାଙ୍କୀ ମା ଚର୍ଚ୍ଚିକା ସାମ୍ବାଦିକ ସଂଘ ପକ୍ଷରୁ ଆଜି ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ସଂଘର ସଭାପତି ଅରବିନ୍ଦ ହରିଚନ୍ଦନ ଯୋଗ ଦେଇ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଅବଗତ କରେଇଥିଲେ।ଆଜିର ଏହି ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ସଂଘ ପକ୍ଷରୁ ବହୁ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ , ଯୁବ ସାମ୍ବାଦିକ ତଥା ସାମାଜିକକର୍ମୀ ଗୌତମ ମିଶ୍ର ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ମା ଚର୍ଚ୍ଚିକା ସାମ୍ବାଦିକ ସଂଘର ଉପସଭାପତି ଅନନ୍ତ ରଣା ,

ସହ ସମ୍ପାଦକ ଅଶୋକ ରଣା ସୂଯ୍ୟମଣୀ ମଲ୍ଲିକ,ସୁନୀଲ ସାହୁ ,ଅର୍ଜୁନ ପ୍ରଧାନ ପ୍ରମୁଖ ସମସ୍ତେ ଆଜିର ଏହି ବୃକ୍ଷ ରୋପଣ ରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଅନ୍ୟ ଙ୍କୁ ବୃକ୍ଷ ରୋପଣ ପାଇଁ ଅନୁରୋଧ କରିଥିଲେ। ଆଗାମୀ ଦିନରେ ସଂଘ ପକ୍ଷରୁ ରକ୍ତ ଦାନ ଶିବିର ଠାରୁ ଆରମ୍ଭ କରି ଚକ୍ଷୁ ଚିକିତ୍ସା ଶିବିର ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ କରାଯିବା ସହିତ ଜନସାଧାରଣ ସେବାରେ ସଦା ସର୍ବଦା ସଂଘ କାର୍ଯ୍ୟ କରିବ ବୋଲି ସଂଘର ସଭାପତି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।ତେବେ ସୂଚନା ଥାଉକି ସଂଘର ନିର୍ମାଣ ପର ଠାରୁ ଆଜିର ପ୍ରଥମ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସଂଘର ସମ୍ପାଦକ ମନୋଜ କୁମାର ଦଳେଇ କାର୍ଯ୍ୟକ୍ରମ କୁ ପାରିଚଳନା କରିଥିଲେ।

Exit mobile version