ବାଙ୍କୀରେ ଡଃ.ମନୋରମା ମହାପାତ୍ରଙ୍କ ବିୟୋଗରେ ଶୋକ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର ) ବାଙ୍କୀ :- ସମାଜର ପୂର୍ବତନ ସମ୍ପାଦିକା, ସୁସାହିତ୍ୟିକା ପ୍ରଫେସର ଡଃ. ମନୋରାମା ମହାପାତ୍ରଙ୍କ ବିୟୋଗରେ ବାଙ୍କୀର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଶୋକ ପ୍ରକାଶ କରି କହିଛନ୍ତି ଯେ ସେ ଜଣେ ଶିକ୍ଷାବିତ୍ , ସାହିତ୍ୟିକା, ସାମ୍ବାଦିକା ତଥା ସୁବକ୍ତା ଭାବରେ ଓଡ଼ିଆ ସାରସ୍ୱତ ଜଗତରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ବିିଭିନ୍ନ ସାମାଜିକ ସମସ୍ୟା ବିଶେଷ କରି ନାରୀମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ମାମୁଁ ଘର ବାଙ୍କୀ ରଗଡ଼ି ଗ୍ରାମରେ ଅବସ୍ଥିତ ହୋଇଥିବାରୁ ବାଙ୍କୀ ବାସୀଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ତାଙ୍କର ବିୟୋଗରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ବିଧାୟକ ଶ୍ରୀ ତ୍ରିପାଠୀ କହିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟଦା ସହ ସ୍ୱର୍ଗତ ମହାପାତ୍ରଙ୍କ ମରଶରୀରକୁ ପୁରୀ ସ୍ୱର୍ଗ ଦ୍ୱାରରେ ଶବ ସତ୍କାର ସମ୍ପନ୍ନ ହେବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିବାରୁ ବିଧାୟକ ଶ୍ରୀ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ , ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ରାଷ୍ଟ୍ରୀୟ ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟକାରୀକମିଟି ସଭ୍ୟ ତଥା ବିଜେପି ବିଧାୟକ ପ୍ରାଥି ଶୁଭ୍ରାଂଶୁ ମୋହନ ପାଢ଼ୀ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ଅନ୍ତଃରାଷ୍ଟ୍ରୀୟ କଳିଙ୍ଗ କୃତି ସଂସ୍ଥାନ ନୂଆଦିଲ୍ଲୀର ଉପସଭାପତି ତଥା ଅସ୍ତିତ୍ୱ ର ସମ୍ପାଦକ ସାମାଜିକ କର୍ମୀ ଗୌତମ ମିଶ୍ର, ସମବାୟବିତ ସମରେନ୍ଦ୍ର ମହାପାତ୍ର, ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଓକିଲ ସଂଘ ସଭାପତି ଗୌରୀଶଙ୍କର ନନ୍ଦ, ସଂପାଦକ ବିଶ୍ୱରଞ୍ଜନ ପଣ୍ଡା, ସମାଜସେବୀ ତଥା ଅଦୈତ୍ୟ ଫାଉଣ୍ଡେସନର ଅଧ୍ୟକ୍ଷ ନଳିନୀ ରାୟ,ମାସିକ ସାହିତ୍ୟ ଆସର ସମ୍ପାଦକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ପୂଜ୍ୟ ପୂଜା ଅନୁଷ୍ଠାନ ର ମୁଖ୍ୟ ଶିକ୍ଷାବିତ ସୁନୀଲ ମିଶ୍ର ପ୍ରମୁଖ ବାଙ୍କୀର ବହୁ ମାନ୍ୟଗଣ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଦିବଙ୍ଗନ୍ତ ଆତ୍ମାପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଶ୍ରୀମତୀ ମହାପାତ୍ର ବାଙ୍କୀ କୁ ନିଜ ଘର ଭାବୁଥିଲେ ତାଙ୍କ ମାମୁଁ ଘର ବାଙ୍କୀ ରଗଡି ଗ୍ରାମରେ ଆବସ୍ତିତ ବାଙ୍କୀ କୁ ସେ ବହୁବାର ଆସିଛନ୍ତି।

Exit mobile version