କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ଭାଜପା ବରଗଡ଼ ଜିଲ୍ଲା ସଭାପତି

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ବରଗଡ଼ :-  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଆଜି ଭାଜପା ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଭେଟି ବରଗଡ଼ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ମଧ୍ୟରେ ବର୍ତମାନରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ରେ ପିଲା ମାନଙ୍କ ପାଇଁ ସିଟ ସଂଖ୍ୟା ବଢାଇବା ସହିତ ଶିକ୍ଷକ ଓ ସେକ୍ସନ ସଂଖ୍ୟା ବଢ଼େଇବା, ଭିତ୍ତିଭୂମି ର ବିକାଶ କରି ବରଗଡ଼ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବା,

ବରଗଡ଼ ସବ ଡିଭିଜନରେ ଏକ ଜବାହାର ନବୋଦୟ ବିଦ୍ୟାଳୟ ନିର୍ମାଣ କରିବା, ବରଗଡ଼ରେ ନିଟ ପରୀକ୍ଷା କେନ୍ଦ୍ର କରିବା,ବରଗଡ଼ରେ ଏକ ଜାତୀୟ ସ୍ତରିୟ ସ୍କିଲ ଡେଭେଳ୍ପମେଣ୍ଟ ସେଣ୍ଟର ନିର୍ମାଣ କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା କରିବା ସହିତ ଜିଲ୍ଲାର ଅନ୍ୟାନ୍ୟ ଉନ୍ନୟନ ସମ୍ବନ୍ଧୀୟ ମଧ୍ୟ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ଶିକ୍ଷା ବର୍ଷରେ ଏହାକୁ ତୁରନ୍ତ ସରକାର ବିଚାରକୁ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିବା ସେ ସୂଚିତ କରିଛନ୍ତି ।

Exit mobile version