ଗାନ୍ଧୀ ଆଦର୍ଶ ସମ୍ମାନ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାର) ଖୋର୍ଦ୍ଧା :- ୨୦୨୧ ନିମନ୍ତେ ଶ୍ରୀ ଜଗନ୍ନାଥ ସେବା ସଦନ ତରଫରୁ ପ୍ରତିଷ୍ଠାତା ବଳରାମ ତରାଇଙ୍କ ଆହ୍ୱାନ କ୍ରମେ ଚକ୍ରଧର ତ୍ରିପାଠୀ ସାରଙ୍କ ଅଧ୍ୟକ୍ଷତାରେ ତଥା ଚିତ୍ତରଞ୍ଜନ ସାର (ଉପସଭାପତି,ନିଶିଗନ୍ଧା) ଗୋବିନ୍ଦଚନ୍ଦ୍ର ସାର(ଉପସଭାପତି, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ), ଯୁଧିଷ୍ଠିର ସାର(ରାଜ୍ୟ ସଂଯୋଜକ,ନିଶିଗନ୍ଧା), ସରସ୍ବତୀ ନାୟକ(ସମ୍ପାଦିକା), ଲଳିତ ମୋହନ ପଟ୍ଟନାୟକ, ପ୍ରଦୋଷ  ଦାସ (ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର)ଅଖିଳେଶ ସାର, ପ୍ରେମାନନ୍ଦ ସାର,ପ୍ରତିମା ମାଡାମଙ୍କ ଉପସ୍ଥିତିରେ ଏକ ଶୈବପୀଠରେ ଗୁଗୁଲ ମିଟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ।

ଗାନ୍ଧୀ ଜଣେ ବ୍ୟକ୍ତି ନୁହଁନ୍ତି, ବରଂ ବୃହତ୍ତ ଅନୁଷ୍ଠାନ । ସତ୍ୟ,ଦୟା,କ୍ଷମା,ପରୋପକାର, ମାତୃଭୂମି ସେବା ଆଦି ଅନେକ ସଦ୍ଗୁଣର ଅଧିକାରୀ ସେ। ସେଇଥିପାଇଁ ତ ତାଙ୍କୁ ନିଜ ଦେଶ ନୁହେଁ, ସମଗ୍ର ବିଶ୍ୱ ମଥାନତ କରିବାକୁ ପଛଘୁଞ୍ଚା ଦିଏନାହିଁ। ସେଇ ମହା ପୁରୁଷଙ୍କ ଗୁଣକୁ ଅନୁସରଣ କରି ଆଜି ମଧ୍ୟ ଅନେକ ବ୍ୟକ୍ତି ଜୀବନ ନିର୍ବାହ କରୁଛନ୍ତି । ତେଣୁ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଉକ୍ତ ମହାନ ବ୍ୟକ୍ତି ଜଣଙ୍କୁ ନିର୍ଣ୍ଣୟ କରି ଗାନ୍ଧୀ ଆଦର୍ଶ ସମ୍ମାନ ଦେଇଆସୁଛି ।

ଏବେବି ଦେବାକୁ ନିଷ୍ପତ୍ତି ନେଇଛି । ୨୦୨୧ବର୍ଷ ଗାନ୍ଧୀ ଆଦର୍ଶ ସମ୍ମାନ ନିମନ୍ତେ ଅନୁଷ୍ଠାନ ତା’ର ପ୍ରସ୍ତୁତି ବୈଠକ ଆଜି କରିଛି। ସମସ୍ତଙ୍କ ନିଷ୍ପତ୍ତି କ୍ରମେ ବାସ୍ତବ ଗାନ୍ଧୀ ଗୁଣାଧିକାରୀ ବ୍ୟକ୍ତିଙ୍କୁ ହିଁ ଏଇ ସମ୍ମାନ ପ୍ରଦାନ କରିବ। ଏଥିନିମନ୍ତେ ଖୋର୍ଦ୍ଧା ଜିଲ୍ଲାକୁ ଚଳିତ ବର୍ଷ ନିମନ୍ତେ ଚୟନ କରାଯାଇଛି ।

 

Exit mobile version