ଗଜପତି ଜିଲ୍ଲା ଅଡବା ଥାନା ପୁଲିସ ହାବୁଡରେ ପଡିଲେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ, ଦୁଇ ଗିରଫ ସହ ୬୫ କିଲୋ ଗଞ୍ଜେଇ ଓ କାର ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ସେପ୍ଟେମ୍ବର ସୋମବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଗଞ୍ଜେଇର ଭୂସର୍ଗ ଭାବେ ସାରା ରାଜ୍ୟରେ ପରିଚିତ ମୋହନା ବ୍ଳକରେ ଲଗାତାର ଗଜପତି ପୁଲିସର ଲଗାତାର ଚଢ଼ାଉ ସତ୍ତ୍ୱେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଗନ୍ଧ ଧଗୁନି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅଡବା ପୁଲିସ୍ ଏସଆଇ ରବିନ୍ଦ୍ର ପାତ୍ର ଓ କର୍ମଚାରୀ ଅନ୍ତରବା – ଚନ୍ଦ୍ରଗିରି ରାସ୍ତାରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଡ଼େଙ୍ଗେମା ଗ୍ରାମ ନିକଟରେ ଦୃତ ଗତିରେ ଆସୁଥିବା ଏକ ୱ।ଗନ କାରନଂ-ଓଆର ୨୦-୯୩୫୧କୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବାବେଳେ ୨ଟି ଜରି ଅଖାରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ।

ସ୍ଥାନୀୟ ସହକାରୀ ତହସିଲଦାର ଆଶିଷ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ଓଜନ କରିବାରୁ ତାହା ୬୫କିଲୋ ୮୦୦ ଗ୍ରାମ ହୋଇଥିଲା। ଅନ୍ତ୍ରରବା ଅଞ୍ଚଳରୁ ଗଞ୍ଜେଇ ସଂଗୃହୀତ ହୋଇ ହରିଆନା ରାଜ୍ୟକୁ ଚାଲାଣ ହେଉଥିବା ଜଣାପଡିଛି। ଏହି ଚୋରା ଗଞ୍ଜେଇ ଚାଲାଣରେ ସଂପୃକ୍ତ ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମାରୀ ପଦର ଗ୍ରାମର ଲାଲୁ ପ୍ରସାଦ ବଳିଆରସିଂ ଓ ଉତ୍ତର ପ୍ରଦେଶ ରାଜ୍ୟ ଅନ୍ତର୍ଗତ ବିନାୟୁଲି  ଥାନା ଅଞ୍ଚଳର ବରନୱ। ଗ୍ରାମର ଆରିଫ ଆନସାରୀ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଗାଡିକୁ ମଧ୍ୟ ପୁଲିସ ଜବତ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ) 

Exit mobile version