ବରଗଡ଼ ଜିଲ୍ଲା ଭାଜପା ର ସେବା ଏବଂ ସମର୍ପଣ ଅଭିଯାନ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ) ବରଗଡ :- ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଭାରତ ବର୍ଷରେ ଆରମ୍ଭ ହୋଇଥିବା ‘ସେବା ଏବଂ ସମର୍ପଣ’ ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଙ୍କ ନେତୃତ୍ବରେ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ କ୍ରମରେ ଡାକ୍ତରଖାନାରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଓ ଆବଶ୍ୟକ ଚିକିତ୍ସା ସମ୍ପର୍କରେ ସାଂସଦ ସୁରେଶ ପୂଜାରୀ ପଚାରି ବୁଝିଥିଲେ ଏବଂ ଉପସ୍ଥିତ ଡାକ୍ତରମାନଙ୍କ ସହିତ, ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଅବସରରେ ସାଂସଦ ଏବଂ ବିଜେପି କର୍ମୀବୃନ୍ଦ ବରଗଡ଼ ସଦର ମହକୁମା ରେ ଥିବା ମହାତ୍ମା ଗାନ୍ଧୀ, ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେର, ବା ବା ସାହେବ ଡଃ ବି. ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଥା ହଲଦୀପାଲି ଛକରେ ଥିବା ସହୀଦ ସ୍ତମ୍ଭକୁ ପାଣିରେ ଧୋଇ ପରିସ୍କାର କରିବା ସହିତ ମାଲ୍ୟାର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ପ୍ରୀତମ ସିଂଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ, କୁଶ କୁମ୍ଭାର, ନଗର ସଭାପତି ସୁବ୍ରତ ହୋତା,

ସାଂସଦ ପ୍ରତିନିଧି ସୁରେଶ୍ଵର ଶତପଥୀ, ଅବନିକାନ୍ତ ପଣ୍ଡା, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅମିତ ପଣ୍ଡା, ବରିଷ୍ଠ ନେତା ଯଦୁମଣି ଦାଶ, ଈଶ୍ୱର ବାଗ, ପରୀକ୍ଷିତ ଛତର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ଅଗ୍ରୱାଲ, ସୀମା ସିଂ, ଦେବକି ସିକା, ବିନୋଦ ଅଗ୍ରୱାଲ, ଯୁଧିଷ୍ଠିର ମେହେର, ଲାଲୁ ପଧାନ, ବ୍ରଜ ନାୟକ, ଶୁକ୍ରୁ ସାହୁ, ବୈକୁଣ୍ଠ ସାହୁ, ସୁଦାମ ମହାପାତ୍ର, ଗୋପାଳ ଷଡଙ୍ଗୀ, ବିପ୍ଳବ ମୁଖାର୍ଜୀ ପ୍ରମୁଖ ବହୁ କର୍ମୀ କାର୍ଯ୍ୟକ୍ରମ ରେ ସାମିଲ ଥିଲେ ।  (ସତ୍ୟ ନାରାୟଣ ପ୍ରଧାନ)

Exit mobile version