ଦୟନୀୟ ଅବସ୍ଥାରେ ଡାକ ଢୋଲ ଆଡିପଡ଼ା ରାସ୍ତା

ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ନୂଆଗାଁ :- ରାଜ୍ୟ ସରକାରଙ୍କ ଦ୍ଵାରା ଲୋକ ମାନଙ୍କ ଗମନା ଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ଦାୟିତ୍ବହୀନତା ଯୋଗୁଁ ଲୋକମାନେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ସ୍ପଷ୍ଟ ଚିତ୍ର ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗାତେରୀ ପଞ୍ଚାୟତ ଅଧିନରେ ଥିବା ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଗାତେରୀ ଗ୍ରାମ ପଞ୍ଚାୟତ ର ଥୁଆବାରୀ ଠାରୁ ଡାକଢୋଲ ପର୍ଯ୍ୟନ୍ତ ଯାତାୟାତ ରାସ୍ତା ରେ ଦେଖିବାକୁ ମିଳିଛି। ଏହି ରାସ୍ତାର‌‌ ଅବସ୍ଥା ଦୟନୀୟ ଅବସ୍ଥାରେ କିଛି ବର୍ଷ ହେଲା ପଡ଼ିରହିଥିଲା ।

୨୦୧୬ ମସିହାରେ ଥୁଆବାରି ଠାରୁ ଆରମ୍ଭ କରି ଡାକଢୋଲ ଗ୍ରାମ ଦେଇ ଆଡିପଡା ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ କାମ ଆରମ୍ଭ ବେଳେ , କନ୍ଟାକଟର ପ୍ରାୟ ଚାରି କିଲୋମିଟର ପର୍ଯ୍ୟନ୍ତ ରାସ୍ତା କୁ ସମ୍ପୁର୍ଣ୍ଣ କରି ଡାକଢୋଲ ଠାରୁ ଆଡିପଡା ପର୍ଯ୍ୟନ୍ତ ରାସ୍ତା କୁ ନ କରି ଛାଡ଼ି ଦେଇଥିଲେ । ।

କିନ୍ତୁ ଏବେ ଦୁଇ ଦିନ ର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତା ମରଣଯନ୍ତା ପାଲଟିଛି , ଯାହାଫଳରେ ଲୋକ ମାନେ ଜରୁରୀ କାମ ପଡ଼ିଲେ ମଧ୍ୟ ଯାଇପାରୁ ନଥିବାବେଳେ ରୋଗୀ ମାନେ ଚିକିତ୍ସିତ ହେବା ପାଇଁ ମେଡିକାଲ କୁ ଯାଇ ପାରୁନାହାଁନ୍ତି ଏବଂ ତା ସହ ଗ୍ରାମ ରେ ପାଠ ପଢିବା ପାଇଁ ସୁବିଧା ନଥିବା ବେଳେ ପିଲା ମାନେ ପାଠପଢିବାକୁ ଯାଈ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି , ତେଣୁ ଯଦି ଏହି ରାସ୍ତା କାମ ଅତି ଶିଘ୍ର ନ ହୁଏ ତେବେ ଏହି ଗ୍ରାମର ଲୋକମାନେ ଆନ୍ଦୋଳନ ପାଇଁ ରାସ୍ତା କୁ ଓଲ୍ହାଇବେ ବୋଲି ଜଣାଇଛନ୍ତି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ସ୍ଵତନ୍ତ୍ର ଦୃଷ୍ଟି ଦେଇ ସମସ୍ୟା ସମାଧାନ କରିବାକୁ ଜନସାଧାରଣ ରେ ଦାବୀ ହେଉଛି ।

Exit mobile version