ଚିନ୍ତିତ ବିଜେପି ଓ କଂଗ୍ରେସ : ଖଣ୍ଡପଡ଼ା ର ବିକାଶପଥରେ – ଅନୁଭବ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ନୟାଗଡ଼ :- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବିଧାନସଭାର ବିଶ୍ୱକର୍ମା ଭାବେ ବହୁ ବର୍ଷ ଧରି ନିଜକୁ ବିକାଶପଥରେ ସାମିଲ୍ କରିଥିବା ପୂର୍ବତନ ବିଧାୟକ ଶ୍ରୀ ଅନୁଭବ ପଟ୍ଟନାୟକଙ୍କୁ ନେଇ ଚିନ୍ତିତ ବିଜେପି ଓ କଂଗ୍ରେସ । ଅନୁଭବଙ୍କ ଜାଗ୍ରତ ଖଣ୍ଡପଡ଼ାର ଆହ୍ୱାନ ଏବଂ ସ୍ୱର୍ଗତ ତଥା ପୂର୍ବତନ ବିଧାୟକ ଅରୁଣ ପଟ୍ଟନାୟକ ସ୍ମୃତି ପରିଷଦ ପକ୍ଷରୁ ସାମାଜିକ ଜାଗରଣ ଯୋଜନା ଏଥିପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି । ରାଜ୍ୟ ସରକାରଙ୍କ ମୋ ଓଡ଼ିଶା ପକ୍ଷରୁ ସ୍ୱେଚ୍ଛାକୃତ ଶିବିରର ଆୟୋଜନ ଏବଂ ଯୁବକମାନଙ୍କର ସ୍ୱେଚ୍ଛାକୃତ ସହଯୋଗ ଅନୁଭବଙ୍କ ପାରିବା ପଣିଆକୁ ନେଇ ଦଶପାଦ ଆଗକୁ ଯାଇଛି ।

ଶ୍ରୀ ପଟ୍ଟନାୟକଙ୍କ ସାମାନ୍ୟତମ ଡାକରାରେ ସୁସ୍ଥସବଳ ଯୁବକମାନେ ଏହି ଜୀବନବିନ୍ଦୁ କାର୍ଯ୍ୟକ୍ରମକୁ ବିକାଶର ସିନ୍ଧୁ ଭାବେ ଗଢ଼ିବା ପାଇଁ ବହୁ ରକ୍ତ ଦାନ କରି ଖଣ୍ଡପଡ଼ାର ସ୍ୱାଭିମାନକୁ ବଞ୍ଚେଇ ରଖିଛନ୍ତି । ଶ୍ରୀ ଅନୁଭବ ସବୁବେଳେ ନିଜ ଅଞ୍ଚଳର ଭଲମନ୍ଦ, ସୁଖଦୁଃଖ, ସାମାଜିକ କାର୍ଯ୍ୟକ୍ରମ , କର୍ମୀଙ୍କ ବ୍ୟକ୍ତିଗତ କାର୍ଯ୍ୟକ୍ରମ, କେଳକସରତ, ନାଚଗୀତ, ବିବାହ, ବ୍ରତ ପ୍ରତି କାମରେ ଯୋଗ ଦେଇ ବ୍ୟକ୍ତିଗତ ଭାବେ ସମ୍ପର୍କକୁ ଆହୁରି ନିକଟତର କରିପାରିଛନ୍ତି ।

ଅନୁଭବଙ୍କ ଡାକରା ଆଜି ଜାଗ୍ରତ ଖଣ୍ଡପଡ଼ାକୁ ସୂଚେଇ ଦେଉଛି ଯେ, ଏହା ହେଉଛି ବିଜେଡ଼ି ଗଡ଼ । ଅନୁଭବଙ୍କ କହିବା କଥା ଭାବକୁ ନିକଟ ଅଭାବକୁ ଦୂର । ତେଣୁ ସବୁବେଳେ ଲୋକଙ୍କ ଭାବରେ ଭାବଧାରା ହୋଇ ବିକାଶର ଚିତ୍ର ନିଜେ ଆଙ୍କୁଥିବାରୁ ଖଣ୍ଡପଡ଼ା ଏବେ ବିକାଶପଥରେ ଚାଲିଛି । ଜଣେ ଦରଦି ମଣିଷର ନେତା ଭାବେ ତାଙ୍କ ପରିଚୟ ସମଗ୍ର ନୟାଗଡ଼ ଜିଲ୍ଲା ପାଇଁ ଏକ ଉଦାହରଣ ହୋଇ ରହିବ । (ଖୋଲାଫର୍ଦ ବ୍ୟୁରୋ) 

Exit mobile version