କଳାହାଣ୍ଡି : ଗାଁ ମୁହାଁ ବଣୁଆ ହାତୀଙ୍କ ଆତଙ୍କ, ଲୋକେ ଭୟଭୀତ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର କଳାହାଣ୍ଡି :- ନର୍ଲା ଅଞ୍ଚଳରେ ହାତୀପଲ ଯୋଗୁଁ ଜନସାଧାରଣ ଭୟଭୀତ ହୋଇଛନ୍ତି । ନର୍ଲା ବନାଞ୍ଚଳର ଜାମପଡା କମେଡଙ୍ଗରରେ ଦୀର୍ଘ ଦିନରୁ ହାତୀପଲରେ ୬ଟି ହାତୀ ଓ ଗୋଟିଏ ଛୁଆହାତୀ ରହି ଆସୁଥିବା ଜଣାପଡିଛି । ଗତକାଲି ହାତୀପଲ ବାଗପୁର ଓ ବଫଲା ଗ୍ରାମ ମଝିରେ ରାଜ୍ୟ ରାଜପଥକୁ ଅତିକ୍ରମ କରି ଭାନପୁର ପଞ୍ଚାୟତର ଗୁଡାଙ୍ଗଗୁଚ୍ଛା ,ଭୀମକେଲା ପଞ୍ଚାୟତର ବୁର୍ଡିପଡା ଓ ରୁପ୍ରା ପଞ୍ଚାୟତର ତିତକେଲା

ଗ୍ରାମର ସୀମାରେ ପହଞ୍ଚି ଧାନ ଓ କପା ଫସଲ ନଷ୍ଟ କରିଥିବା ଚାଷୀ ନେପାଳ ଭୋଇ, ଜିତୁ ବିଶ୍ୱାଳ, ଅଙ୍କୃର ଗହିର, ଡାକ୍ଋଷି ଗହିର, ଗୋରେଖ ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି ‌। ନର୍ଲା ବନବିଭାଗ ଫରେଷ୍ଟର ଭବାନୀ ନାଏକ ଓ ରୁପ୍ରାରୋଡ ଫରେଷ୍ଟର ବିଶ୍ୱଜିତ ଠାକୁର ହାତୀଙ୍କ ଗତିବିଧି ଉପରେ ଲକ୍ଷ୍ୟ କରି ଘଉଡାଇବାର ବ୍ୟବସ୍ଥା କରାଯାଇଛି ବୋଲି ଜଣାଇଛନ୍ତି । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version