କଳାହାଣ୍ଡି : କୁଲତା ଯୁବ ଶକ୍ତିର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ

ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ଜମୁନାବାହାଲ ଗ୍ରାମ ସ୍ଥିତ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ କୁଲତା ଯୁବ ଶକ୍ତିର ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୁବକ ଯୁବତୀମାନେ ଯୋଗ ଦେଇଥିଲେ । ପ୍ରଥମେ ମା ରାମଚଣ୍ଡୀଙ୍କ ଆଳତୀ ହୋଇଥିଲା । କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅତିଥିମାନଙ୍କ ମଧ୍ୟରେ କଳାହାଣ୍ଡି କୁଲତା ସମାଜର ସଭାପତି କେଶବ ଚନ୍ଦ୍ର ଭୋଇ, ଜିଲ୍ଲା ସାଧାରଣ ସଂପାଦକ ବିଜୟ କୁମାର ଭୋଇ, ରାମଚଣ୍ଡୀ ମନ୍ଦିର ସଭାପତି ପୂର୍ଣ୍ଣଚନ୍ଦ୍ର ପଧାନ, ସଂପାଦକ ଗଙ୍ଗାଧର ପଧାନ,ଉପସଭାପତି ସଞ୍ଜୀବ କୁମାର ଭୋଇ,ଅଶୋକ କୁମାର ପଧାନ,ରାମଚଣ୍ଡୀ ଦରବାର ସଂଯୋଜକ ବିରେନ୍ଦ୍ର ପଧାନ,କୋର୍ କମିଟି ଅଧ୍ୟକ୍ଷ ଅନିରୁଦ୍ଧ ପଧାନ ପ୍ରମୁଖ ମଂଚାସୀନ ଥିଲେ ।

ଯୁବ ପ୍ରତିଭା ଶ୍ରୀମାନ ଜଶବୀର ନାୟକଙ୍କୁ କୁଲତା ଯୁବ ଶକ୍ତି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ବିଶିଷ୍ଟ କବି ଲେଖକ ଓ ଗାଳ୍ପିକ ଶ୍ରୀଯୁକ୍ତ ଗଣପତି ନାୟକ କବିତା ମାଧ୍ୟମରେ ସମାଜର ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିଥିଲେ । କୁଲତା ଯୁବ ସମାଜକୁ ସଂସ୍କାରର ଶିକ୍ଷା ଉଦ୍ଦେଶ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଶ୍ନୋତ୍ତର ମାଧ୍ୟମରେ ଅତିଥିଗଣ ଯୁବକମାନଙ୍କୁ ସଂସ୍କାର ଉପରେ ଉପଦେଶ ପ୍ରଦାନ କରିଥିଲେ ଓ ନିଶା ନିବାରଣ ପାଇଁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । କୁଲତା ଯୁବ ଶକ୍ତି ଓଡିଶାର ଉପଦେଷ୍ଟା ଶ୍ରୀଯୁକ୍ତ ହରେକୃଷ୍ଣ ଭୋଇ ଯୁବ ଶକ୍ତିର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ।

ବିଗତ ଦିନରେ କୋଭିଡରେ ମୃତ୍ୟୁବରଣ କରିଥିବା ସମାଜର ଜାତିଭାଇଙ୍କ ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।କୁଲତା ଯୁବ ଶକ୍ତି ଓଡିଶାର ସାଧାରଣ ସଂପାଦକ ହରିସ୍ ଚନ୍ଦ୍ର ନାଏକ ଆଗାମୀ ଦିନରେ ଯୁବ ଶକ୍ତି ଦ୍ବାରା ଶିକ୍ଷା ସ୍ବାସ୍ଥ୍ୟ କୃଷି ତଥା ବୈଷୟିକ ତାଲିମ ଉପରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା କମିଟିର ସହଯୋଗ କାମନା କରିଥିଲେ ।ଏହି ଅବସରରେ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । କୁଲତା ଯୁବ ଶକ୍ତି ଓଡିଶାର ସଂଗଠନ ସଂପାଦକ ଜୟନ୍ତ କୁମାର ପଧାନ ମଂଚ ପରିଚାଳନା କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ୍ ଅବନୀ ରଂଜନ ପ୍ରଧାନ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version