ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା । ବଡ଼ଠାକୁର ଶ୍ରୀ ଅନନ୍ତଙ୍କ କୃପା ସମସ୍ତଙ୍କୁ ମିଳୁଥାଉ । ଜୟ ଶ୍ରୀ ଅନନ୍ତ ବାସୁଦେବାୟ ନମଃ
ଓଡ଼ିଶା ତାଜା ନ୍ୟୁଜ୍ (୧୯ ସେପ୍ଟେମ୍ବର ରବିବାର ) ଭୁବନେଶ୍ୱର :- ଶ୍ରୀ ଶେଷନାଗ ଅନନ୍ତଙ୍କୁ ସମର୍ପିତ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି । ଏହା ଅନନ୍ତ ଚତୁର୍ଦ୍ଦଶୀ ନାମରେ ଖ୍ୟାତ । ସବୁ ଅବତାରରେ ଭଗବାନ ବିଷ୍ଣୁଙ୍କ ସହଚର ଭାବେ ଅନନ୍ତ ଦେବ ଜନ୍ମ ଗ୍ରହଣ କରିଥାନ୍ତି । ତେଣୁ ତାଙ୍କର ମହତ୍ତ୍ୱ ତ୍ରିଦେବଙ୍କ ପରି ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ମହାମୁନି କଶ୍ୟପଙ୍କ ଔରସରୁ ଏବଂ ତାଙ୍କର ଅନ୍ୟତମ ପତ୍ନୀ କଦ୍ରୁଙ୍କ ଗର୍ଭରୁ ଅଷ୍ଟ କୂଳ ନାଗ ସହିତେ ଶେଷଦେବ ଅନନ୍ତ ଜନ୍ମ ଗ୍ରହଣ କରିଥିଲେ । ବ୍ରହ୍ମାଙ୍କୁ ତପସ୍ୟା କରି ସେ
ଅଭୟ ଆଶିର୍ବାଦ ପ୍ରାପ୍ତ କରିଥିଲେ ଓ ତାହ ସହ ସେ ବିଚଳିତ ଧରଣୀକୁ ଧାରଣ କରି ଭୂମଣ୍ଡଳକୁ ସ୍ଥିର କରିବା ପାଇଁ ଆଦେଶ ପାଇଥିଲେ । ସହସ୍ର ଫଣାରେ ଦେବୀ ପୃଥିବୀଙ୍କୁ ସେ ଧାରଣ କରି ମହା ବିପତ୍ତିରୁ ଉଦ୍ଧାର କରିଥିଲେ ।
