ଗଜପତି :- ଓଡିଶା-ଆନ୍ଧ୍ର ସୀମାନ୍ତ’ରେ ଥିବା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିବାଦୀୟ ମାଣିକପାଟଣା ଗ୍ରାମ’ରେ ଜିଲ୍ଲା କଂଗ୍ରେସ ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଗସ୍ତ କରି ପରିସ୍ଥିତି ସମୀକ୍ଷା କଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ପାରଳାଖେମୁଣ୍ଡି :-  ଓଡିଶା-ଆନ୍ଧ୍ର ସୀମାନ୍ତ’ରେ ପ୍ରଶାସନିକ ଅବହେଳା ଯୋଗୁଁ ଛନ୍ଦି ହୋଇ ପଡ଼ିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକ’ର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ଗଜପତି ଜିଲ୍ଲା କଂଗ୍ରେସ’ର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ’ଙ୍କ ନେତୃତ୍ୱ’ରେ ଗ୍ରସ୍ତକରି ପରିସ୍ଥିତି ଅନୁଧ୍ୟାନ କରି ଅଞ୍ଚଳବାସୀ’ଙ୍କ ସହ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଗମାଙ୍ଗ’ଙ୍କ ସହ ଏହି ପ୍ରତିନିଧି ଦଳରେ ଜିଲ୍ଲା କଂଗ୍ରେସ’ର ବରିଷ୍ଠ ନେତା ଶ୍ରୀ ସଞ୍ଜୟ ଅଧିକାରୀ , ଶ୍ରୀ କୁନା ମାଝୀ , ଶ୍ରୀ ତ୍ରିନାଥ ପାତ୍ର ଏବଂ ଜିଲ୍ଲା ସେବା ଦଳ’ର ସଭାପତି ଶ୍ରୀ କୃଷ୍ଣ କୁମାର ବେହେରା ପ୍ରମୁଖ ଗ୍ରସ୍ତ କରିଥିଲେ ।

ବିଧାୟକ ଶ୍ରୀ ଗମାଙ୍ଗ , ଏହି ଗ୍ରସ୍ତ ବେଳେ ବିବାଦୀୟ ଗ୍ରାମ ମାଣିକପାଟଣା ସ୍ଥିତ ଅଙ୍ଗନବାଡି କେନ୍ଦ୍ର ଠାରେ ଗ୍ରାମବାସୀ’ଙ୍କ ସହ ବିସ୍ତୃତ ଆଲୋଚନା କରି ଦୀର୍ଘବର୍ଷ ଧରି ଅଞ୍ଚଳ’ରେ ଅବହେଳିତ ହୋଇ ରହି ଆସୁଥିବା ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ମଧ୍ୟରେ ମୁଖ୍ୟତଃ ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ , ଛାତ୍ରଛାତ୍ରୀ ହଷ୍ଟେଲ , ବଜାର ସୁବିଧା ଓ ମୋବାଇଲ ଟାୱାର ପ୍ରଭୃତି ନ ଥିବା ଯୋଗୁଁ ଅଞ୍ଚଳବାସୀ ଏ ସବୁ କ୍ଷେତ୍ରରେ ପ୍ରତିଦିନ ବିଭିନ୍ନ ସମୟରେ ପଡୋଶୀ ଆନ୍ଧ୍ର ଉପରେ ହିଁ ଅନ୍ୟ ଉପାୟ ନ ପାଇ ନିର୍ଭର କରି ଆସୁଛନ୍ତି ।

ମାଣିକପାଟଣା ଗ୍ରାମାଞ୍ଚଳ ପଡୋଶୀ ଆନ୍ଧ୍ର ସୀମାନ୍ତ’କୁ ଲାଗି ରହିଥିବା ବେଳେ ସ୍ଥାୟୀ ସୀମା ଚିହ୍ନଟ ନ ହେବା ଏବଂ ଏ ଦିଗରେ ପ୍ରଶାସନିକ ଅବହେଳା ଯୋଗୁଁ ବିଭିନ୍ନ ସମୟରେ ଆନ୍ଧ୍ର ସରକାର ଓ ଆନ୍ଧ୍ର ଅଞ୍ଚଳବାସୀ ମାଣିକପାଟଣା ଗ୍ରାମ’କୁ ଅନାଧିକାର ପ୍ରବେଶ ଓ ଆକ୍ରମଣ କରି ଏହା ଆମ ଅଞ୍ଚଳ ବୋଲି ପ୍ରତ୍ୟେକ କଥାରେ ଧମକାଇ ଗ୍ରାମବାସୀ’ଙ୍କୁ ଭୟଭୀତ କରାଉଛନ୍ତି ବୋଲି ଅଭିଯୋଗ’ରେ କହିଛନ୍ତି । ମାଣିକପାଟଣା ଗ୍ରାମ’ରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ବର୍ଷଧରି ଏକ ଅଙ୍ଗନବାଡି କେନ୍ଦ୍ର ଚାଲିଥିଲେ ମଧ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସେହି ପାଖରେ ହିଁ ବେଆଇନ ଭାବେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଦୀର୍ଘବର୍ଷ ଧରି ଚାଲିଛି ।

ସେହି ଆନ୍ଧ୍ରଅଙ୍ଗନବାଡି’ କେନ୍ଦ୍ର’କୁ ବିଧାୟକ ଶ୍ରୀ ଗମାଙ୍ଗ ଯାଇ ପରିସ୍ଥିତ ଅନୁଧ୍ୟାନ କରି ଦେଖିଲେ ଯେ , ସେଠାରେ ଏକ ଭଙ୍ଗା ଝୁପୁଡି ମାଟିଲେସା ଘରେ ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ କିଛି ପିଲା’ଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ର ଚାଲିଛି ମାଣିକପାଟଣା ଗ୍ରାମବାସୀ’ଙ୍କ ସହ ବିଧାୟକ ଶ୍ରୀ ଗମାଙ୍ଗ ଆଲୋଚନା ବେଳେ ଜାଣିବାକୁ ପାଇଲେ ଯେ ଗ୍ରାମର କିଛି ପରିବାର ଆନ୍ଧ୍ର ସପକ୍ଷରେ ଅଛନ୍ତି , ଓଡିଶା’ର ସବୁ ସୁବିଧା ପାଇ ମଧ୍ୟ ଆନ୍ଧ୍ର’ର ବିଭିନ୍ନ ପ୍ରଲୋଭନ’ର ଶିକାର ହୋଇ ଆନ୍ଧ୍ର ସରକାର’ଙ୍କ ବିଭିନ୍ନ ସୁବିଧା ହାତେଇଛନ୍ତି , ଡୋ-ମୁହାଁ ନୀତି ଅବଲମ୍ବନ କରି ଅଞ୍ଚଳ’ର ବିଭିନ୍ନ ଖବରୀ ବିଭିନ୍ନ ସମୟ’ରେ ଆନ୍ଧ୍ରକୁ ଯୋଗାଉଛନ୍ତି ।

ଯାହା ଫଳରେ ବିଭିନ୍ନ ସମୟ’ରେ ମାଣିକପାଟଣା ଗ୍ରାମାଞ୍ଚଳ’ରେ ବିବାଦୀୟ ଉତ୍ତେଜନା ପରିସ୍ଥିତି ଦେଖା ଦେବାରେ ଲାଗିଛି ପରେ ବିଧାୟକ ଶ୍ରୀ ଗମାଙ୍ଗ ଖମ୍ବଗାଁ , ଗଙ୍ଗାବାଡ଼ ଓ ବାରଘର ପ୍ରଭୃତି ଗ୍ରାମ ଗ୍ରସ୍ତ କରି ସେଠାକାର ଅଞ୍ଚଳବାସୀ’ଙ୍କ ସହ ଆଲୋଚନା କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇ ସେ ସବୁର କିଭଳି ସମାସଧାନ କରାଯିବ , ସେ ସମ୍ପର୍କରେ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ (ଗରୁଡ଼ ଧ୍ଵଜଚୌଧୁରୀ)

Exit mobile version