ନୟାଗଡ଼ ଢେଙ୍କେଣା ଫ୍ୟୁଜ କଲ ପରିସରରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ନୟାଗଡ଼ :- ନୟାଗଡ଼ର ବିଦ୍ୟୁତ ସରବରହା ସଂସ୍ଥା ଟିପିସିଓଡିଏଲ ପରିଚାଳନା ଧୀନ ନୟାଗଡ଼ ଡିଭିଜନ ପେରିଫେରୀ ସେକ୍ସନର ଢେଙ୍କେଣା ଫ୍ୟୁଜ କଲ କେନ୍ଦ୍ରରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ବିଭାଗ ତରଫରୁ କୋଭିଡ ଆଇନନୁଯାୟୀ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି | ନୀତି ନିୟମ ଅନୁଯାୟୀ ପୂଜକଙ୍କ ମନ୍ତ୍ର ଧ୍ବନୀରେ ସମଗ୍ର ଅଂଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ

କରୋନା ମହାମାରୀ ଯୋଗୁଁ ଏହି ଭକ୍ତି ପୂଜା ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଥିଲା | ଉକ୍ତ ପୂଜାରେ ବିଦ୍ୟୁତ ବିଭାଗ ଷ୍ଟାଫ ଜ୍ୟୋତିରଞ୍ଜନ ସାହୁ, ରଜତ କୁମାର ହରିଚନ୍ଦନ, ସୌମ୍ୟ ରଞ୍ଜନ ପେଣ୍ଠଇ, ଜଗନ କୁମାର ସାହୁ, ପ୍ରମୁଖ ଉପସ୍ଥିତ ରହି ପୂଜା ଉତ୍ସବକୁ ଆଗେଇନେବା ସହ ପ୍ରଭୁ ବିଶ୍ଵକର୍ମାଙ୍କ ଆଶୀର୍ବାଦ କାମନା ପର୍ବରେ ସାମିଲ ହୋଇଥିଲେ (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version