ଗଜପତି ଜିଲ୍ଲାର ସଦର ମହକୁମା ମୋହନା ଠାରେ ବିଜେପିର ବନ୍ଧୁ ମିଳନ ଓ କର୍ମି ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ସ୍ଥିତ ସଂସ୍କୃତି ଭବନ ପରିସରରେ ବିଜେପି ମଣ୍ଡଳ ପକ୍ଷରୁ ଏକ ବନ୍ଧୁ ମିଳନ ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗକୁ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରତ୍ୟେକ ରାଜନୈତିକ ଦଳ ସବୁ ଉଣା ଅଧିକେ ତତ୍ପରତା ଦେଖାଉଛନ୍ତି । ଏହି ପରିପେକ୍ଷୀରେ ମଣ୍ଡଳ ସଭାପତି ସତ୍ୟନାରାୟଣ ଦଣ୍ଡସେନାଙ୍କ ସଭାପତିତ୍ଵରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ  ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସେ ପ୍ରତ୍ଯେକ ଓ୍ବାର୍ଡରେ ତୃଣମୂଳ ସ୍ତରରେ ବିଜେପି ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତ ବିଜେପିପୁରୁଷ,ମହିଳା,ଯୁବ,ଛାତ୍ର କର୍ମିଙ୍କୁ  ନିବେଦନ କରିବା ସହ ଗୁରୁତ୍ବ ଆରୋପ କରିଥିଲେ । ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଯୋଜନା ,ଜନକଲ୍ୟାଣ ଯୋଜନା, ଦଳକୁ ତୃଣମୂଳ ସ୍ତରରୁ ସୁସଙ୍ଗଠିତ କରିବା, ଆଗାମୀ ଦିନରେ ବିଜୟର ବାନା ଉଡାଇବା ପାଇଁ କଠିନ ପରିଶ୍ରମ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ଯକ୍ରମରେ ସମସ୍ତେ ସମସ୍ତଙ୍କ ମଧ୍ଯରେ ମତ ପାର୍ଥକ୍ଯ ଓ ମନୋମାଳିନ୍ଯ କୁ ଭୁଲି ୧୦୦ରୁ ଉର୍ଦ୍ଧ୍ବ  ବିଜେପି କର୍ମି ଯୋଗ ଦେଇଥିଲେ । କର୍ମିମାନଙ୍କ ମହଲରେ ଉତ୍ସାହ ଦେଖାଯାଇଥିଲା । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version