ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ସୁଆଣ୍ଡୋ ବ୍ରିଜ ନିକଟରୁ : ନାଉରିଆ ଓ ଯୁବକ ମାନେ ଉଦ୍ଧାର କଲେ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ଶନିବାର) ପୁରୀ :- ପୁରୀ ଜିଲ୍ଲା ସାକ୍ଷୀଗୋପାଳରେ ଭାର୍ଗବୀ ନଦୀ ସୁଅରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ସୁଆଣ୍ଡୋ ବ୍ରିଜ ନିକଟରୁ ସ୍ଥାନୀୟ ବଳପୁର ଗ୍ରାମର ୨ଜଣ ନାଉରିଆ ଓ ଯୁବକ ମାନେ ଶୁକ୍ରବାର ଉଦ୍ଧାର କରିଛନ୍ତି ତାଙ୍କ ଘର ବଳଙ୍ଗା ଥାନା ଅଞ୍ଚଳ ବାଲିଗାଁର ସ୍ବର୍ଗତ ଜଦୁଆ ଵେହେରା ଙ୍କ ପତ୍ନୀ କନକ ଵେହେରା (୬୩) ବର୍ଷ ବୋଲି ଜଣାପଡିଛି ନଦୀ ବନ୍ଧ ଉପରୁ ଭାର୍ଗବୀ ର ବନ୍ୟା ପରିସ୍ଥିତି ଦେଖୁଥିବା କିଛି ସ୍ଥାନୀୟ ଯୁବକ ଏହି ଵୃଦ୍ଧା ନଦୀ ସୁଅରେ ଭାସି ଯାଉଥିବା ଦେଖିବା କ୍ଷଣି ଵନ୍ଧ ଉପରେ ହୋହଲ୍ଲା କରି ତାଙ୍କୁ ନୀରିକ୍ଷଣ କରି ପିଛା କରିଥିଲେ ।

ବଳପୁର ଘାଟରେ ଡ଼ଙ୍ଗା ରଖିଥିବା ସେହି ଗ୍ରାମର ନାଉରିଆ ଧବଳେଶ୍ୱର ବେହେରା ଓ ବ୍ରଜକିଶୋର ବେହେରା ଏହି ଅଘଟଣ ଦେଖି ଯୁବକ ମାନଙ୍କ ସହ ସୁଅ ମୁହଁରେ ଭାସୀଯାଉଥିବା ଵୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଡକାଇ ଉଦ୍ଧାର ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନା କୁ ଚିକିତ୍ସା ନିମନ୍ତେ ପଠାଇ ଥିଲେ ଚିକିତ୍ସା ପରେ ସେ ସୁସ୍ଥ ହୋଇଛନ୍ତି । ଖବର ପାଇ ତାଙ୍କ ପୁଅ ସନାତନ ସାକ୍ଷୀଗୋପାଳ ଡାକ୍ତରଖାନାରେ ପହଞ୍ଚି ମା’ ଙ୍କୁ ଘରକୁ ନେଇଛନ୍ତି। ଛତାଟିଏ ଧରି ନଈକୂଳକୁ ଆସିଥିବା ଥିଲେ ବୋଲି ଵୃଦ୍ଧା ଜଣକ କହୁଥିବା ବେଳେ କିପରି ସୁଅ ମୁହଁ କୁ ଗଲେ ଜଣିନଥିବା କହିଛନ୍ତି ।

Exit mobile version