ବାଙ୍କୀ ବିଜେପି ପକ୍ଷରୁ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଜୟନ୍ତୀ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୧ତମ ଜନ୍ମ ଜୟନ୍ତୀ ବାଙ୍କୀ ଆଦିମାତା ଛକ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ର ବିଧାୟକ ପାର୍ଥି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି କାଯ୍ୟକ୍ରମରେ ବାଙ୍କୀ ନଗର ବିଜେପି ସଭାପତି ସଂଜୟ ରଣା ଅଧ୍ୟକ୍ଷତା କରିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତାମାନେ ମୋଦୀଙ୍କର ଦୀର୍ଘ ଜୀବନ କାମନା କରି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଙ୍କ ପାଖରେ ସମୁହ ଦୀପ ଦାନ କରାଯାଇଥିଲା । ମୋଦି ଙ୍କ ଜନ୍ମ ଦିନ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ କିପରି ସେବା ସପ୍ତାହ ପାଳନ କରାଯିବ

ସେ ସଂପର୍କରେ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ଆଲୋଚନା କରିଥିଲେ । ବରିଷ୍ଠ ବିଜେପି ନେତା ଉତ୍କଳ ମନ୍ତ୍ରୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ମୋଦୀଙ୍କ ଜୀବନ କାଳ ସମୟରେ ଘଟଣା ପ୍ରକାଶ କରିଥିଲେ । ଜିଲ୍ଲା ଉପସଭାପତି ସୀତାକାନ୍ତ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗଗନ କୁମାର ପଟ୍ଟନାୟକ,ଚିନ୍ମୟ ମହାପାତ୍ର, ଶିବପ୍ରସାଦ ମାଝୀ, ଅଜିତ ସୁବୁଦ୍ଧି, ଦାସରଥି ମହାପାତ୍ର, ପ୍ରକାଶ ବସନ୍ତରାୟ, ଯୁଗୋଳ ମନ୍ତ୍ରୀ, ତୁଷାରକାନ୍ତ ତ୍ରିପାଠୀ, ଶ୍ରୀନିବାସ ମନ୍ତ୍ରୀ, ପ୍ରସନ୍ନ ବେହେରା, ଶ୍ରୀକୃଷ୍ଣ ବେହେରା , ଜଗବନ୍ଧୁ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Exit mobile version