ବାଙ୍କୀର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ଆଜି ବାଙ୍କୀର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୋଭିଡ କଟକଣାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଛି । ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତି ଦିନ ବିଶ୍ୱକର୍ମା ପୂଜା ପାଳିତ ହୁଏ । ସମଗ୍ର ସୃଷ୍ଟିର ସ୍ଥାପତ୍ୟକାର ଓ ବିଶ୍ୱର ପ୍ରଥମ ବାସ୍ତୁକାର , ଯନ୍ତ୍ରୀ ଭାବେ ଭଗବାନ ବିଶ୍ଵକର୍ମା ପରିଚିତ । ଆଜି ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ବା, ତହସିଲଦାର ସତ୍ୟ ରଞ୍ଜନ ପଣ୍ଡା‌, ନିଜେ କର୍ତ୍ତା ହୋଇ ନିଜ ନିଜ କାର୍ଯ୍ୟାଳୟ ରେ ବିଶ୍ଵକର୍ମା ପୂଜା କରିଥିଲେ। ଡମପଡା ଓ ବାଙ୍କୀ ବ୍ଲକ କାର୍ଯ୍ୟାଳୟ,

ବିଦୂତ ବିଭାଗ , ଉଠାଜଳସେଚନ , ପୂର୍ତ୍ତ ବିଭାଗ ଓ ପାନୀୟ ଜଳ ବିଭାଗ ସମେତ ବିଭିନ୍ନ ଅନୁଷ୍ଠାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି ।ବାଙ୍କୀ ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରାଯାଇ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଥିଲା । ଏହି ବିଶ୍ୱକର୍ମା ପୂଜାରେ କର୍ତ୍ତା ରୂପେ କନିଷ୍ଠ ସହାୟକ ମନୋଜ କୁମାର ବିଶ୍ୱାଳ ପୂଜାବିଧି ସହ ହୋମ କାର୍ଯ୍ୟ ସମାପନ କରିଥିଲେ । ବ୍ଲକ ଶିକ୍ଷାଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଶିକ୍ଷାଅଧିକାରୀ ରୁକ ନାୟକ, ବାଙ୍କୀ ପୂଜ୍ୟପୂଜା ସଂସ୍କତି ସୁରକ୍ଷା ଅଭିଜାନର ସଭାପତି ସୁନିଲ କୁମାର ମିଶ୍ର, କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତି ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Exit mobile version