ଆଦିବାସୀ ହରିଜନ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଉପକରଣ ବଣ୍ଟନ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ଆଜି ଭାରତ ସରକାରଙ୍କ ଜାତୀୟ ବୈଧିକ ବିକଳାଙ୍ଗ ସଂସ୍ଥାନ ସିକନ୍ଦରବାଦ ର ସହାୟତା ରେ ସିଆରସି ରାଜନନ୍ଦନ ଛତିଶଗଡ଼ ଅନୁକୂଲ୍ୟ ରେ ବାଙ୍କୀ ଓ ଡମପଡା ବ୍ଲକଅନ୍ତର୍ନିବେଶୀ ଶିକ୍ଷା ବିଭାଗ ପକ୍ଷରୁଉଭୟ ବ୍ଲକ ର ୧୩ଜଣ ଦିବ୍ୟାଙ୍ଗ ଆଦିବାସୀ ହରିଜନ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ଡମପଡା ବ୍ଲକ ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ଡମପଡା ଶିକ୍ଷା ବିଭାଗ ଅଧିକାରୀ ପ୍ରିୟମ୍ମନ୍ଦା ନନ୍ଦ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ପରିଷଦ ତ୍ରିଲୋଚନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିପରି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନସିକ ବିକାଶ ହୋଇ ପାରିବା ସହ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ସେ ସମ୍ପର୍କରେ ବହୁ ଉଦାହରଣ ପ୍ରଦାନ କରିଥିଲେ।ଜିଲ୍ଲା ଅନ୍ତର୍ନିବେଶୀ ସଂଯୋଜକ ଚିତ ରଞ୍ଜନ ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଦିବ୍ୟାଙ୍ଗ ମାନଙ୍କ ଭିତରେ ଥିବା ପ୍ରତିଭା କୁ ପ୍ରଥମେ ସେମାନେ ଚିହିଁ ତାହାର ବିକାଶ କରିବା ସହ ଆଜି ଯେଉଁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଛି

ତାହାର ସଦଉପଯୋଗ କରିବା ପାଇଁ ଉପସ୍ଥିତ ଥିବା ଦିବ୍ୟାଙ୍ଗମାନଙ୍କ ସହ ସେମାନଙ୍କ ଅଭିଭାବକ ଙ୍କୁ ବୁଝେଇଥିଲେ।ସିଆରସି ରାଜନନ୍ଦନ ଛତିଶଗଡ଼ ର ଅଧ୍ୟାପକ ଡକ୍ଟର ଦେବାଶିଷ ରାଉତ ଯୋଗ ଦେଇ ଆଜିର ବଣ୍ଟନ ସମ୍ପର୍କରେ ସମସ୍ତ ଙ୍କୁ ବୁଝେଇବା ସହ ଶିକ୍ଷା ଉପକରଣ କିଟ ରେ ଥିବା ସାମଗ୍ରୀ କିପରି ବ୍ୟବହାର କରିବ ସେ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।ଅନ୍ୟତମ ଅତିଥି ଭାବେ ଡମପଡା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଗଦାଧର ପ୍ରଧାନ ଓ ଅଶୋକ ପଟ୍ଟନାୟକ ଯୋଗ ଦେଇ ଦିବ୍ୟାଙ୍ଗ ଙ୍କ ବିକାଶ ସମ୍ପର୍କରେ ଅଭିଭାଷଣ ଦେଇଥିଲେ।ବାଙ୍କୀ ବ୍ଲକସମ୍ବଳ ଶିକ୍ଷକ ନିରଞ୍ଜନ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଡମପଡା ବ୍ଲକ ସମ୍ବଳ ଶିକ୍ଷୟତ୍ରୀ ଲିମା ମହାପାତ୍ର , ଜୋତ୍ରୀମୟୀ ମହାପାତ୍ର ବାଙ୍କୀ ବ୍ଲକସମ୍ବଳ ଶିକ୍ଷୟତ୍ରୀ ସ୍ବର୍ଣ୍ଣ ରେଖା ମହାନ୍ତି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଖବର ଦାତା ଗୌରାଙ୍ଗ ବେହେରା, ଗୌତମ ମିଶ୍ର,ଡମପଡା ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଫୁଲ ବେହେରା ଙ୍କ ସମିତ ବାଙ୍କୀ ଓ ଡମପଡା ବ୍ଲକଶିକ୍ଷା ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ।

Exit mobile version