ଖାଲମଡ଼ା ଫରେଷ୍ଟ ବିଟ୍ ପାଲଟିଛି – ଭୂତକୋଠି

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ନୂଆଗାଁ :- ରାଜ୍ୟ ସରକାରଙ୍କ ଦ୍ଵାରା ଜଙ୍ଗଲ ଏବଂ ବନ୍ୟଜନ୍ତୁ ଙ୍କ ସୁରକ୍ଷା ପାଇଁ ଫରେଷ୍ଟ ଗାର୍ଡ ନିଯୁକ୍ତି କରାଯିବା ସହ ପ୍ରତି ଫରେଷ୍ଟ ବିଟ୍ ରେ ଫରେଷ୍ଟ ଗାର୍ଡ ରହିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ,ନିଜ ସୁବିଧା ପାଇଁ ବିଟ୍ ଛାଡ଼ି ଗାର୍ଡ ମାନେ ଅନ୍ୟତ୍ର ରହୁଥିବା ଯୋଗୁଁ ବିଟ୍ ଗୁଡ଼ିକ ଭୂତକୋଠି ପାଲଟି ଯାଇଛି।ଏଭଳି ଏକ ଦୃଶ୍ୟ ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ଖାଲମଡ଼ା ଫରେଷ୍ଟ ବିଟ୍ ରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବଣ ଜଙ୍ଗଲ ପ୍ରାକୃତିକ ପରିବେଶ ମଧ୍ୟରେ ଖାଲମଡ଼ା ଗ୍ରାମ ଅବସ୍ଥିତ । ଖାଲମଡ଼ା ଜଙ୍ଗଲରେ ବିଭିନ୍ନ ମୂଲ୍ୟବାନ ବୃକ୍ଷ ଥିବା ସହ ବନ୍ୟଜନ୍ତୁ ବାସ କରିଥାନ୍ତି ।

ଏପରିକି କିଛିଦିନ ହେବ ଗୟଳ ଆକ୍ରମଣ ଯୋଗୁଁ ଲୋକମାନେ ଭୟଭୀତ ହୋଇ ରହିଛନ୍ତି।ଏଭଳି ପରିସ୍ଥିତି ରେ ଖାଲମଡ଼ା ଫରେଷ୍ଟ ବିଟ୍ ରେ କୌଣସି ଫରେଷ୍ଟ ଗାର୍ଡ ରହୁନଥିବା ଯୋଗୁଁ ଫରେଷ୍ଟ ବିଟ୍ ଭୂତ କୋଠୀ ପାଲଟି ଯାଇଥିବା ଲୋକ ଲୋଚନ ରେ ଚର୍ଚ୍ଚା ଚାଲିଛି।ଯାହାଫଳରେ ଆଗାମୀ ଦିନରେ ଜଙ୍ଗଲ ରୁ ମୂଲ୍ୟବାନ ବୃକ୍ଷ ଚୋରୀ ହେବା ସହ ବନ୍ୟଜନ୍ତୁ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଖାଲ ମଡ଼ା ର ଲୋକମାନଙ୍କ କହିବା ଅନୁଯାୟୀ ଫରେଷ୍ଟ ବିଟ୍ ତିଆରି ହୋଇଛି କଣ ଭୂତ ରହିବା ପାଇଁ..? ଚାଷୀ ମାନେ ବହୁ କଷ୍ଟରେ ଧାନ ଚାଷ କରୁଥିବା ବେଳେ ହାତୀ ଓ ବାରହା ଉପଦ୍ରବ ସମ୍ଭାବନା ଥିବା ସତ୍ବେ ଫରେଷ୍ଟ ଗାର୍ଡ ଙ୍କ ଦେଖା ମିଳୁନି । ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଜନସାଧାରଣ ରେ ଦାବୀ ହେଉଛି ।

Exit mobile version