ନୂଆଗାଁ ବ୍ଲକ୍ ରେ ବିଭିନ୍ନ ସ୍ଥାନରେ ସୃଷ୍ଟି ସର୍ଜନାକାରୀ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର,ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ସୃଷ୍ଟି ସର୍ଜନାକାରୀ ବିଶ୍ଵକର୍ମା ଙ୍କ ପୂଜା କରୋନା ମହାମାରୀ ଯୋଗୁଁ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ର ଖାଲମଡ଼ା ,ନୂଆଗାଁ, ସଂପଡ଼ା,କୋରଡ଼ା, ବାହାଡ ଝୋଲା,

ନୂଆଗାଁ ବ୍ଲକ୍ ପରିସରରେ ଏବଂ ଏ ଆର୍ ଏସ ଏସ କ୍ୟାମ୍ପ ରେ ବିଶ୍ଵକର୍ମା ଙ୍କ ପୂଜା ନିତିକାନ୍ତି ଅନୁଯାୟୀ ପାଳିତ ହୋଇଯାଇଛି।ନୂଆଗାଁ ତହସିଲଦାର ପ୍ରଳୟ ନନ୍ଦ ଶତପଥୀ ଏବଂ ଅତିରିକ୍ତ ତହସିଲଦାର ବିଶ୍ଵକର୍ମା ଙ୍କୁ ଦର୍ଶନ କରିବା ସହ ଭକ୍ତିପୂତ ପ୍ରଣାମ କରିଥିଲେ। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version