ଆଗାମୀ ଦିନରେ ରେଳ ରୋକ ପାଇଁ ସଜବାଜ। – ରେଳ ରହଣୀ ଦାବିରେ ଜି.ଏମଙ୍କୁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାର) କଳାହାଣ୍ଡି :- ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ ଅନ୍ତର୍ଗତ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନ ଦେଇ ଦୂରଗାମୀ ଟ୍ରେନ ଗୁଡିକ ଚଳାଚଳ କରୁଥିବା ସମୟରେ ଦୀର୍ଘ ଦିନରୁ ଏଠାରେ ଟ୍ରେନ ରହଣୀ ପାଇଁ ଦାବି ହେଉଛି। ଏହି ପଥଦେଇ ବର୍ତ୍ତମାନ ଦୁଇ ଗୋଟି ଟ୍ରେନ ତପସ୍ଵିନୀ ଓ ରାୟପୁର-ବିଶାଖାପାଟଣା ପାସିଞ୍ଜର ଚଳାଚଳ କରୁଥିବା ବେଳେ ଅପରପକ୍ଷରେ ଅନ୍ୟାନ୍ୟ ଟ୍ରେନକୁ ଦୁଇ ଗୋଟି ପ୍ରମୁଖ ଷ୍ଟେସନ ଠାରେ ରହଣୀ ଦାବିରେ ଏକ ଦାବିପତ୍ର ମଧ୍ୟ ନିକଟ ଅତୀତରେ କଳାହାଣ୍ଡି ଆସିଥିବା ରେଳ ମନ୍ତ୍ରୀଙ୍କୁ ରେଳ ଯାତ୍ରୀ ସୁରକ୍ଷା ସମିତି, ନର୍ଲାରୋଡ ପକ୍ଷରୁ ପ୍ରଦାନ କରାଯାଇଥିଲା । 

ଏଠାରେ ସୂଚନାଯୋଗ୍ୟ ଯେ ନର୍ଲା,ମ.ରାମପୁର, ଲାଞ୍ଜିଗଡ଼ ବ୍ଲକର ଜନସାଧାରଣ କୋଭିଡ ୧୯ ସମୟରେ ବିଶାଖାପାଟଣା ଓ ଭୁବନେଶ୍ୱର ଯିବା ପାଇଁ କେସିଙ୍ଗା ଷ୍ଟେସନ ଉପରେ ନିର୍ଭର କରି ଆସୁଛନ୍ତି। ଯାହା କି ଏହି ସବୁ ଅଞ୍ଚଳରୁ ଯିବା ପାଇଁ ଏକ ଗାଡ଼ି ଭଡ଼ା କରିବାକୁ ପଡ଼ିଥାଏ। ବର୍ତ୍ତମାନ ପରିସ୍ଥିତିରେ କଳାହାଣ୍ଡି ଜିଲ୍ଲାରେ କରୋନା ମହାମାରୀ ଏକ ପ୍ରକାର ଆୟତାଧିନ ଥିବା ବେଳେ ନର୍ଲା ରୋଡ଼ ଓ ରୁପ୍ରାରୋଡ ଷ୍ଟେସନ ଠାରେ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ, ବିଲାସପୁର-ବିଶାଖାପାଟଣା ଲିଙ୍କ୍, ଧାନବାଦ-ଏଲପି ବୋକାରୋ, ନିଜାମୁଦ୍ଦିନ-ବିଶାଖାପାଟଣା ,

ପୁରୀ-ଅହମଦାବାଦ ଟ୍ରେନ ଗୁଡିକ ରହଣୀ ପାଇଁ ଦାବି ହେଉଛି। ପୁନଶ୍ଚ ଆଗାମୀ ରେଳରୋକ ପାଇଁ ସଜବାଜ ହେଉଥିବା ରେଳ ସୁରକ୍ଷା ସମିତି ନର୍ଲାରୋଡ ପକ୍ଷରୁ ସଚେତନ ନାଗରିକ ରାମଚନ୍ଦ୍ର ପରିଡ଼ା, କୁମୁଦ ନାଏକ, ଗିରିଧାରୀ ଗଉଡ, ଲକ୍ଷ୍ମଣ ବାଗ, ବିମଲୁ କେଡିଆ, ଅନିରୁଦ୍ଧ ବିଶ୍ୱାଳ,ପୂର୍ବତନ ସରପଂଚ ହମେଶ ଜୈନ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ, ସର୍ଗିଗୁଡା ସରପଂଚ ନରସିଂହ କୁମାର ପ୍ରମୁଖ ସହ ଅନେକ ଜନସାଧାରଣ ଏଥିରେ ସାମିଲ ହେବାକୁ ମତ ପ୍ରକାଶ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version