ଟିଭିଏସ୍ ମୋଟର୍ କଂପାନି ପକ୍ଷରୁ ନେକେଡ୍ ଷ୍ଟ୍ରିଟ୍ ଡିଜାଇନ୍‌ “ଟିଭିଏସ୍ ରେଡର୍‌’ ମୋଟର୍‌ସାଇକଲ୍‌ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାରଭୁବନେଶ୍ୱର :- ବିଶ୍ୱର ଅନ୍ୟତମ ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର୍ କଂପାନି ପକ୍ଷରୁ ନୂଆ ୧୨୫ ସିସି ବର୍ଗର ମୋଟର୍‌ସାଇକଲ୍ ଟିିଭିଏସ୍ ରେଡର୍ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । ଭାରତ ଓ ସାରା ବିଶ୍ୱର ଅଭିଳାଷୀ ଯୁବବର୍ଗଙ୍କୁ ନଜରରେ ରଖି କଂପାନି ଏହାକୁ ପ୍ରସ୍ତୁତ କରିଛି । ନିର୍ଦିଷ୍ଟ ଭାବେ ଏହି ଯୁବ ସୁଲଭ ଓ ସ୍ପୋର୍ଟି ମୋଟର୍‌ସାଇକଲ୍‌ରେ ଏଲ୍‌ସିଡି ଡିଜିଟାଲ୍‌ ସ୍ପିଡୋମିଟର୍‌, ବିକଳ୍ପ ୫-ଇଂଚ ଟିଏଫ୍‌ଟି କ୍ଲଷ୍ଟର୍ ସହିତ ଭଏସ୍ ଆସିଷ୍ଟ, ବିବିଧ ଗାଡ଼ି ଚାଳନା ମୋଡ୍ ଏବଂ ଏହି ବର୍ଗର ପ୍ରଥମ ସୁବିଧା ଭାବେ ସିଟ୍ ତଳେ ଷ୍ଟୋରେଜ୍ ବ୍ୟବସ୍ଥା ଭଳି ଅନେକ ସୁବିଧା ସୁଯୋଗ ରହିଛି । ଏହାର ଉନ୍ମୋଚନ ଅବସରରେ ଶ୍ରୀଯୁକ୍ତ କେ ଏନ୍ ରାଧାକୃଷ୍ଣ, ନିର୍ଦେଶକ ଓ ସିଇଓ, ଟିଭିଏସ୍ ମୋଟର କଂପାନି କହିଛନ୍ତି ଯେ, “ପ୍ରତି ମହାଦେଶର ଗ୍ରାହକମାନଙ୍କ ଆବଶ୍ୟକତାକୁ ଟିଭିଏସ୍ ମୋଟର୍ କଂପାନି ପୂରଣ କରୁଛି ।

ଟିଭିଏସ୍ ରେଡର୍ ଜରିଆରେ ଆମେ ଆମ ପୋର୍ଟଫୋଲିଓରେ ଏକ ନୂଆ ବିଶ୍ୱସ୍ତରୀୟ ମୋଟର୍‌ସାଇକଲ୍ ଯୋଡ଼ି ଥିବାରୁ ବହୁତ ଖୁସି ଯାହାକୁ ଯୁବ, ଡିଜିଟାଲ୍‌ପ୍ରେମୀ ଜେଡ୍ ପିଢ଼ିର ଗ୍ରାହକଙ୍କ ପାଇଁ ତିଆରି କରାଯାଇଛି । ଯେଉଁ ବର୍ଗଙ୍କୁ ଲକ୍ଷ୍ୟରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି ସେମାନଙ୍କ ପାଇଁ ଗାଡ଼ିରେ କନେକ୍ଟେଡ୍‌ ପ୍ରଯୁକ୍ତି ରହିଛି । ମୋର ବିଶ୍ୱାସ ରହିଛି ଯେ ଟିିଭିଏସ୍ ରେଡର୍ ଉଭୟ ଭାରତ ଓ ବିଶ୍ୱସ୍ତରରେ ଆମ ଯୁବ ଗ୍ରାହକଙ୍କ ପସନ୍ଦରେ ପରିଣତ ହେବ ।” ଶ୍ରୀଯୁକ୍ତ ଅନିରୁଦ୍ଧ ହାଲ୍‌ଦାର୍‌, ଉପସଭାପତି (ମାର୍କେଟିଂ)-କମ୍ୟୁଟର୍‌, କର୍ପୋରେଟ୍ ବ୍ରାଣ୍ଡ୍ ଓ ଡିଲର୍ ଟ୍ରାନ୍ସଫର୍ମେସନ୍‌, ଟିଭିଏସ୍‌ ମୋଟର୍ କଂପାନି କହିଛନ୍ତି ଯେ, “ଜେଡ୍ ପିଢ଼ିଙ୍କୁ ଏକ ପ୍ରମୁଖ ଗ୍ରାହକ ବର୍ଗ ଭାବେ ବହୁ ଦିନରୁ ଟିଭିଏସ୍ ମୋଟର କଂପାନି ଗ୍ରହଣ କରିଛି ।

ଜେଡ୍ ପିଢ଼ିର ଗ୍ରାହକମାନଙ୍କ ଲାଗି ଆମ ଉତ୍ପାଦ ପୋର୍ଟଫୋଲିଓରେ ରହିଛି ଇଭି-ଟିଭିଏସ୍ ଆଇକ୍ୟୁବ୍‌, ଟିଭିଏସ୍‌ ଚଜଋଝଝ ଜଋଖଋଇଝଋ ରେସିଂ ବାଇକ୍ ଟିଭିଏସ୍ ଆପାଚି ସିରିଜ୍ ଓ ଟିଭିଏସ୍ ଏନ୍‌ଟର୍କ ୧୨୫ । ଟିଭିଏସ୍ ରେଡର୍ ଜରିଆରେ ଆମେ ପୁଣି ଥରେ ସେମାନଙ୍କ ଚିନ୍ତାଧାରାକୁ ହାସଲ କରିଛୁ ଏବଂ ଏହା ହେଉଛି ନେକେଡ୍ ଷ୍ଟ୍ରିଟ୍‌ ଷ୍ଟାଇଲ୍‌, ଶ୍ରେଷ୍ଠ ଶ୍ରେଣୀର ତ୍ୱରଣ ସହିତ ରାଇଡ ମୋଡ ଓ ମୋନୋ ସକ୍‌ ଭିତିକ ଗାଡ଼ି ଚାଳନା ସହିତ ରହିଛି ଟିଭିଏସ୍ ଇଟେଂଲିଗୋ ଓ ଇଟିଏଫ୍‌ଆଇ ଭିତିକ ମାଇଲେଜ୍ ପ୍ରଦର୍ଶନ । ମୋର ବିଶ୍ୱାସ ରହିଛି ଯେ ଗ୍ରାହକମାନେ ଟିଭିଏସ୍ ରେଡର୍‌ର ନିର୍ଦିଷ୍ଟ ଗାଡ଼ି ଚାଳନା ଚରିତ୍ର, ସ୍ୱତନ୍ତ୍ର ହେଡଲାଇଟ୍‌, ବର୍ଗରେ ପ୍ରଥମ ଏଲ୍‌ସିଡି କ୍ଲଷ୍ଟରକୁ ପସନ୍ଦ କରିବେ ।

ଆମେ ସ୍ମାର୍ଟଏକ୍ସୋନେକ୍‌ଟ ବ୍‌ୁ ଟୁଥ୍ ସଂଯୋଗ, ନାଭିଗେସନ ଓ ଭଏସ୍‌ ଆସିଷ୍ଟ ପ୍ରଦାନ କରୁଛୁ । ଜେଡ୍ ପିଢ଼ିଙ୍କ ଶବ୍ଦରେ ଟିଭିଏସ୍ ରେଡର୍‌ ହେଉଛି ଏକ ଦୁଷ୍ଟ ଚାଳନା (କ୍ୱିକେଡ୍ ରାଇଡ୍‌) ।’’ ଟିଭିଏସ୍ ରେଡର୍‌ରେ ଆଧୁନିକ ୧୨୪.୮ ସିସିର ଏଆର୍ ଏବଂ ଅଏଲ୍‌ କୁଲ୍‌ଡ ୩ଭି ଇଞ୍ଜିନ୍ ଅଛି ଯାହା ୭୫୦୦ ଆର୍‌ପିଏମ୍‌ରେ ସର୍ବାଧିକ ୮.୩୭ କିଲୋୱାଟ୍‌ର ପାୱାର୍ ଏବଂ ୬୦୦୦ ଆର୍‌ପିଏମ୍‌ରେ ୧୧.୨ ଏନ୍‌ଏମ୍ ଟର୍କ ଉତ୍ପାଦନ କରିଥାଏ । ଏହି ମୋଟର୍‌ସାଇକଲ୍ ଏହାର ବର୍ଗରେ ୫.୯ ସେକେଣ୍ଡ୍‌ରେ ଘ ;ାପ୍ରତି ୦ ରୁ ୬୦ କିମିର ଶ୍ରେଷ୍ଠ ତ୍ୱରଣ ପ୍ରଦାନ କରେ ଏବଂ ଏହାର ସର୍ବୋଚ୍ଚ ବେଗ ଘଌକ୍ଷଗ୍ଧ;ାପ୍ରତି ୯୯କିମି ଅଟେ । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୭୭,୫୦୦ ଟଙ୍କାରୁ ଆରମ୍ଭ ହୋଇଛି ଓ ଏହା ଷ୍ଟ୍ରାଇକିଂ ରେଡ୍‌, ବ୍ଲେଜିଂ ବ୍ଲୁ ୱିକେଡ୍ ବ୍ଲାକ୍ ଓ ଫିଏରି ୟେଲୋ ରଙ୍ଗରେ ଉପଲବ୍ଧ ହେଉଛି ।

Exit mobile version