ଗାନ୍ଧୀ ଗୋପବନ୍ଧୁଙ୍କୁ ଆଦର୍ଶ କରି ପ୍ରଚାର ହେଲେ ହିଁ, ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦଙ୍କ ସ୍ୱପ୍ନ ସଫଳ ହେବ – ନିରଞ୍ଜନ ପଟ୍ଟନାୟକ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୩ୟ ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନରେ ପାଳିତ

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାରଭୁବନେଶ୍ୱର :- ନିଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ, ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୩ୟ ଶ୍ରାଦ୍ଧ ଉତ୍ସବ ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପାତ୍ର ପଡ଼ାସ୍ଥ ସ୍ମୃତି ଭବନଠାରେ ବୃକ୍ଷ ପୂଜା କରାଯାଇଥିଲା । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ ଯେ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନ ଥିଲେ ଜଣେ ନୀତିନିଷ୍ଠ ରାଜନେତା ।

ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶକୁ ସେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ପାଳନ କରୁଥିଲେ । ତାଙ୍କ ଲିଖିତ “ଗାନ୍ଧୀ କଥା” ପୁସ୍ତକ ଗବେଷକ ମାନଙ୍କ ପାଇଁ ଏକ ଐତିହାସିକ ଦସ୍ତାବିଜ । ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶ ସଫଳ ଭାବେ ପ୍ରଚାର ଓ ପ୍ରସାର ହେଲେ ହିଁ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ୱପ୍ନ ସଫଳ ହେବ । ମୁଖ୍ୟବକ୍ତା ପ୍ରଫେସର ବୁଦ୍ଧଦେବ ମିଶ୍ର ସଂଗ୍ରାମୀ ଦୋଳଗୋବିନ୍ଦଙ୍କୁ ଜଣେ ଆଦର୍ଶ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟତମ ଅତିଥି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ, ପ୍ରଦେଶ କଂଗ୍ରେସ ଉପସଭାପତି ଜଜେ୍ଞଶ୍ୱର ବାବୁ ଓ ପଛୁଆ ଜାତି ପ୍ରକୋଷ୍ଠର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଓ ଶିକ୍ଷାବିତ ଡଃ ବଦ୍ରୀନାଥ ପଟ୍ଟନାୟକ ସ୍ୱର୍ଗତ ପ୍ରଧାନଙ୍କୁ ଶୃଙ୍ଖଳା ଓ ସମୟାନୁବର୍ତିତାର ମୂର୍ତୀମନ୍ତ ପ୍ରତୀକ ବୋଲି କହିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସେବାଦଳ ଉପସଭାପତି ଅଶୋକ କୁମାର ସିଂହ ସ୍ୱାଗତ ଭାଷଣ ଓ ମହମ୍ମଦ ସାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କଂଗ୍ରେସ ସେବାଦଳର ଜୀବନ ବ୍ୟାପି କାର୍ଯ୍ୟ କରିଥିବା ସର୍ବଶ୍ରୀ ବାସୁଦେବ ପରିଡ଼ା, ରବିନ୍ଦ୍ର କୁମାର ଦେବଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପୂର୍ବତନ ମନ୍ତ୍ରୀ ପରମା ପୂଜାରୀ, ଯୁଗଳ କିଶୋର ବେହେରା, ରାଜକିଶୋର ରାଉତ, ସୁଶ୍ରୀ ତୃପ୍ତି ଦାସ, ଶ୍ରୀମତୀ ମଳୟ ମଞ୍ଜରି ରାୟ ମହାପାତ୍ର, ଶ୍ରୀମତୀ ବିଜୟ ଲକ୍ଷ୍ମୀ ମହାପାତ୍ର, ନବକିଶୋର ପଟେଲ, ଶ୍ୟାମବନ୍ଧୁ କର, ବୈଦ୍ୟନାଥ ସାହୁ, କାଳନ୍ଦୀ ଚରଣ ମହାପାତ୍ର, ବସନ୍ତ କୁମାର ମହପାତ୍ର, ଧିରେନ ଦାସ,

ମାଧବ ଚନ୍ଦ୍ର ବିଶ୍ୱାଳ, ଅଶୋକ କୁମାର ଶଢ଼ଙ୍ଗୀ, ଗୌରୀ ଶଙ୍କର ମହାପାତ୍ର, ମୁରଲି ମନୋହର ଯାଦବ, ପବିତ୍ର ମୋହନ ବେହେରା, ଡମ୍ବୁରଧର ଛତ୍ରିଆ ଓ ଜୀବନ କୁମାର ମହାପାତ୍ରଙ୍କୁ ଉତରୀୟ, ମାନପତ୍ର ଓ ଗାନ୍ଧୀ ମଣିଷ ପୁସ୍ତକ ଦେଇ ସମ୍ବର୍ଦ୍ଧୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରଦେଶ ସେବାଦଳ କର୍ମକର୍ତା, ଜିଲ୍ଲା ମୁଖ୍ୟ ସଂଗଠକ ଓ ଜିଲ୍ଲା ମହିଳା ସଂଗଠିକାମାନେ ଯୋଗଦେଇଥିଲେ । ସଂଗ୍ରାମୀ ସ୍ୱର୍ଗତ ପ୍ରଧାନଙ୍କ ପରିବାର ପକ୍ଷରୁ ପୁତ୍ର ସର୍ବଶ୍ରୀ ଦେବରାଜ, ପୁଷ୍ପରାଜ, ପୃଥିରାଜ ଓ ପ୍ରଜ୍ଞା ରାଜ ଉପସ୍ଥିତଥିଲେ ।

Exit mobile version