ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭର୍ଚୁଆଲ ମୋଡରେ ଆଇନ ସଚେତନା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାରପାରଳାଖେମୁଣ୍ଡି :- ମାନ୍ୟବର ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା-ଜଜ ତଥା ଜିଲ୍ଲା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରିୟ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣପକ୍ଷରୁକୋଭିଡ କଟକଣାକୁ ମାନି ଭର୍ଚୁଆଲ ମୋଡରେ ଏକ ଅନଲାଇନ ସ୍ତରୀୟ ଆଇନ ସଚେତନତା ଶିବିର କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ , ବରିଷ୍ଠ ଦେୱାନି ଅଦାଲତ ବିଚାରପତି ଶ୍ରୀ ଚନ୍ଦ୍ରହାସ ବେହେରା , ଉପଖଣ୍ଡିୟ ବିଚାର ବିଭାଗ ବିଚାରପତି ସୁଶ୍ରୀ ବର୍ଷା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ ।ଏହି ଶିବିର କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବ୍ୟୋମକେଶ ନାୟକ ମୁଖ୍ୟତଃ ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ହେଉଥିବା ମାଗଣା ଆଇନ ସହାୟତା ସେବା ସମ୍ପର୍କରେ ସଚେତନ କରାଇ ପିଡିତା କ୍ଷତିପୂରଣ ରାଶି ,

ଏସିଡ ଆକ୍ରମଣ ପିଡିତା ମାନଙ୍କ ପାଇଁ ରହିଥିବା କ୍ଷତିପୂରଣ ରାଶି ଉପରେ ବିଶେଷ ଆଲୋକପାତ କରିଥିଲେ ।ଅନ୍ୟତମ ଅତିଥି ଭାବେ ଏହି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ ଓ ବିଭିନ୍ନ ଥାନାର ଥାନାଧିକାରୀ ମାନଙ୍କ ସମେତ ପ୍ୟାନେଲ ଆଇନଜୀବୀ ଓ ପାରା ଲିଗାଲ ସ୍ବେଛାସେବୀ ମାନେ ଯୋଗ ଦେଇଥିଲେ ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀ ରଘୁ ନନ୍ଦନ ଦାସ ଏବଂ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ। (ଗରୁଡ଼ ଧ୍ଵଜଚୌଧୁରୀ)

Exit mobile version