ବାଙ୍କୀ ଅବକାରୀ ବିଭାଗର ଚଢ଼ଉ, ୩୫ଲିଟର ଦେଶୀ ମଦ ଜବତ

ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାରବାଙ୍କୀ :-ଆଜି ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଡେଣ୍ଟ ତଥା କଟକ ଅବକାରୀ ଭାରପ୍ରାପ୍ତ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ତତ୍ୱାବଧାନରେ ବାଙ୍କୀର ବିଭିନ୍ନ ସ୍ଥାନ ଚଢ଼ଉ କରାଯାଇଥିଲା ।ବାଙ୍କୀ ବ୍ଲକ କଳାପଥର ଅଞ୍ଚଳର ହାଡ଼ିବନ୍ଧୁ ସାହୁଙ୍କ(୩୪)ଙ୍କ ଠାରୁ ୧୫ଲିଟର ଦେଶୀ ଚୋରା ମଦ କଳାପଥର ବସ ଷ୍ଟାଣ୍ଡ ଠାରୁ ଜବତ ହେବା ସହ କିଆପଲ୍ଲା ଅଞ୍ଚଳର କାର୍ତ୍ତିକ ନାୟକ (୩୫)ଙ୍କ ଠାରୁ

୨୦ଲିଟର ଦେଶୀ ଚୋରାମଦ ବ୍ରହ୍ମପୁରା ତାରିଣୀ ଛକ ନିକଟରୁ ଜବତ କରାଯାଇଥିଲା । ଏ ଚଢ଼ଉରେ ଅବକାରୀ ଏ.ଏସ୍ . ଆଇ ଦୀପକ ସାମଲ, କନେଷ୍ଟବଳ ସଂଜୟ ରାଉତ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱନାଥ ସୁରେନ , ବିଶ୍ୱଜିତ ବେହେରା ପ୍ରମୁଖ ସାମିଲ ଥିଲେ । ଆବକାରୀ ବିଭାଗ ଦ୍ୱାରା ହଡିବନ୍ଧୁ ଓ କାର୍ତ୍ତିକ ଙ୍କୁ ଗିରଫ କରି କେସ ନୁମ୍ବର ୬୦/୨୧ଓ ୬୧/୨୧ରେ ମାମଲା ରୁଜୁ କରି ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ପ୍ରକାଶ ।

Exit mobile version