ଲଗାଣ ବର୍ଷାରେ ଘର ଭୁଶୁଡି ଗଲା ଅଳ୍ପକେ ବର୍ତିଲେ ପରିବାର

ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାରବାଙ୍କୀ :-ଲଗାଣ ଲଘୁଚାପଜନିତ ବର୍ଷରେ ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ସ୍ଥିତ ନୂଆଓସ୍ତିଆ ଗ୍ରାମର ନିଶାମଣି ସାହୁ ଙ୍କ ଘର ଭୁଶୁଡି ଯାଇଥିବା ଜଣାପଡିଛି।ନିଶାମଣି ସରକାରୀ ଆବାସ ଖଣ୍ଡିଏ ପାଇଁ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ଅଧିକାରୀଙ୍କୁ ସରକାରୀ ଆବାସଯୋଜନାରେ ସାମିଲ କରି ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରିଥିଲେମଧ୍ୟ କେହି ଶୁଣି ନଥିଲେ । ମାଟି କାନ୍ଥ ଛପର ଘରେ ପରିବାର ଙ୍କୁ ନେଇ ଅତି କଷ୍ଟେ ମଷ୍ଟେ ବାସ କରୁଥିଲେ ।ହେଲେ

ଦଇବ ସାଜିଲା ବୈରି ।ଚଳିତ ଲଗାଣ ବର୍ଷାରେ ନିଶାମଣିଙ୍କ ଘରଖଣ୍ଡିକ ଭୁଶୁଡି ଯିବା ଫଳରେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ନିଶାମଣି ।ସ୍ୱାମୀ ଙ୍କ ଦୀର୍ଘବର୍ଷ ତଲୁ ମୃତ୍ୟୁ ହୋଇଛି। ଅସହାୟ ନିଶାମଣିଙ୍କୁ ଯଥାଶୀଘ୍ର ସରକାରୀ ଆବାସ ଖଣ୍ଡିଏ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ନିଶାମଣି ଙ୍କ ସହ ଗ୍ରାମବାସୀ ଅନୁରୋଧକରିଛନ୍ତି।

Exit mobile version