ସୀମା ବିବାଦ ଘଟଣା କୁ ନେଇ ଆନ୍ଧ୍ର ମନ୍ତ୍ରୀଙ୍କଧମକ ଘଟଣା ଉପରେ ରାଜ୍ୟ ବିଜେପି ର ଉପ-ସଭାପତି ଭୃଗୁ ବକ୍ସି ପାତ୍ରଙ୍କ ସାମ୍ବାଦିକ ସମ୍ମିଳନୀ  

ଓଡ଼ିଶା ତାଜା ନ୍ୟୁଜ୍ (୧୬ ସେପ୍ଟେମ୍ବର ଗୁରୁବାରପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବାଗଜପତି ଜିଲା ଗଙ୍ଗବାଡ ପଞ୍ଚାୟତର ମାନିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ର ପକ୍ଷରୁ ଯେଉଁ ଘଟଣା ଘଟିଗଲା ତାକୁ ନେଇ ଗୁରୁବାର ଦିନ ରାଜ୍ୟ ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ , ଓଡିଶା ସୀମାର ଗଜପତି ଜିଲ୍ଲା ମାନିକପାଟଣା ଠାରେ ଗତ ୯ ତାରିଖ ଦିନ ଆନ୍ଧ୍ରର ଜଣେ ମନ୍ତ୍ରୀ ତାଙ୍କ ପ୍ରଶାସନିକ ଅଧିକାରୀ , ପୋଲିସ ଓ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଅନୁପ୍ରବେଶ କରି ସେଠାକାର ଅଙ୍ଗନବାଡି କେନ୍ଦ୍ରକୁ ଉଡାଇ
ଦେବି କହିବା ସହ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଭିନ୍ନ ଧମକ ଦେବା ,

ଆଇଡି କାର୍ଡ ଦେଖାଇବାକୁ କହିବା ଓ ଗିରଫ କରିବା ପ୍ରଭୃତି ଧମକ ଦେଇ ଆଶାଳୀନ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ସମ୍ପର୍କରେ ଆମେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ଆଲୋଚନା କରି ତୁରନ୍ତ ସେହି ଘଟଣା ଉପରେ ଆନ୍ଧ୍ର ମନ୍ତ୍ରୀଙ୍କ ବିରୋଦ୍ଧରେ ଏଫଆଇଆର ଦେବାକୁ କହିଛୁ । ଅନ୍ୟପକ୍ଷରେ ମାନିକପାଟଣାରେ ଏତେବଡ଼ ସମ୍ବେଦନ ଶୀଳ ଘଟଣା ଘଟିଯାଇଥିଲେ ମଧ୍ୟ ଓଡିଶା ରାଜ୍ୟ ସରକାର କି ମୁଖ୍ୟ ଶାସନ ସଚିବ କି ଆରଡିସି ଏ ସମ୍ପର୍କରେ କୋଣସି ପଦେ ମୁହଁ ଖୋଲିନାହାନ୍ତି କି ଆନ୍ଧ୍ରର ସମ୍ପୃକ୍ତ ମାନଙ୍କ ସହ ଆଲୋଚନା କରିନାହାନ୍ତି । ଏହା ଏମାନଙ୍କ ଅପାରଗତାକୁ ଦର୍ଶାଉଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ସବୁ କ୍ଷେତ୍ରରେ ମାନିକପାଟଣା ଗ୍ରାମବାସୀଙ୍କ ସମେତ ଗଙ୍ଗାବାଡ଼ ପଞ୍ଚାୟତବାସୀଙ୍କ ସବୁ କ୍ଷେତ୍ରରେ ଯଥା:- ରାସ୍ତା , ଶିକ୍ଷା , ସ୍ୱାସ୍ଥ୍ୟ ଓ ବଜାର ପ୍ରଭୃତି ରେ ଆନ୍ଧ୍ର ଉପରେ ହିଁ ନିର୍ଭର କରି ଆସୁଛନ୍ତି । ଓଡିଶା ସରକାର କି ତାଙ୍କ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜିପର୍ଯ୍ୟନ୍ତ ଏହି ଓଡିଶା-ଆନ୍ଧ୍ର ସୀମାନ୍ତରେ ରହୁଥିବା ଅଞ୍ଚଳବାସୀଙ୍କୁ କୋଣସି ସୁରକ୍ଷା ଦେଉ ନାହାନ୍ତି କି କୋଣସି ବିକାଶ ମୂଳକ କାର୍ଯ୍ୟ କରୁନାହାନ୍ତି ଯାହାର କି ଆନ୍ଧ୍ର ଏସବୁର ସୁଯୋଗ ଓ ଫାଇଦା ନେଇ ଓଡିଶା ସୀମା ଭିତରକୁ ଧସେଇ ପଶି ଗଜପତି ଜିଲ୍ଲାର ସିମାନ୍ତବର୍ତ୍ତି ଅଞ୍ଚଳକୁ ଆମର କହି ବିଭିନ୍ନ ବେଆଇନ କାର୍ଯ୍ୟ ସବୁ କରିବାକୁ ସାହସ କରୁଛି ।

ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ସୀମା ବିବାଦ ଉପରେ ଆନ୍ଧ୍ର ମୁଖ୍ୟମାତୃ ଓ ରାଜସ୍ବ ବିଭାଗ ସହିତ ଆପୋଷ ଆଲୋଚନା ସହ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକଷ କରି ନାହାନ୍ତି , ଏହି ସମସ୍ୟାର ସମାଧାନ ହେବା ସମ୍ଭବପର ନୁହେଁ ।ତେଣୁ ଭାରତୀୟ ଜନତାପାର୍ଟି ଦାବି କରୁଛି ଯେ,ଏ ଦିଗରେ ଯଦି କୋଣସି ବିହିତ ପଦକ୍ଷେପ ନ ନିଅନ୍ତି , ତାହା ହେଲେ ଆଗାମୀ ଦିନରେ ଗଜପତି ଜିଲ୍ଲା ଓ ସମଗ୍ର ଦକ୍ଷିଣ ଓଡିଶାରେ ଏହି ଘଟଣାକୁ ନେଇ ଏକ ବଡ ଆନ୍ଦୋଳନର ମୁଣ୍ଡ ଟେକିବାର ସମ୍ଭାବନା ରହିଛି ବୋଲି ଭାଜପା ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକସିପାତ୍ର କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସିଦ୍ଧେଶ୍ବର ମିଶ୍ର ଏବଂ ଜିଲ୍ଲା ଯୁବ ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ମଞ୍ଚାସିନ ଥିଲେ ।(ଗରୁଡ ଧ୍ଵଜଚୌଧୁରୀ)

Exit mobile version