ସମରକଟା ଗ୍ରାମରେ ନୂଆଁଖାଇ ଭେଟଘାଟ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର,ବୁଧବାର ) କଳାହାଣ୍ଡି :- ନୂଆଁଖାଇ ଭେଟ୍‌ ଆୟୋଜକ କମିଟି ନର୍ଲା ଓ ସମର୍‌କଟା ଗଣେଶ ପୂଜା କମିଟି ଆୟୋଜନରେ ସମରକଟା ଗ୍ରାମର ଧରଣୀ ପୀଠରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁରଲି ଧର ଭୋଇ,କପୁରଚନ୍‌ ମାଝୀ,ଅରୁଣ କୁମାର ପ୍ରଧାନୀ,ମଦନ ଭୋଇ,ଦେବ ଗଉଡ଼,ଭଗବାନ ମାଝୀ,ନିରନ୍‌ କୁମାର ପ୍ରମୁଖ ଉପସ୍ଥିତ ରହି ସାମୂହିକ ନୂଆଁଖିଆ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ପିତାମ୍ବର ଗଉଡ଼,ଗଣେଶ ଭୋଇ,ଅର୍ଣ୍ଣପୂର୍ଣ୍ଣା ଭୋଇଙ୍କୁ ଏଥିରେ ସମ୍ବର୍ଦ୍ଧିତ କରା ଯାଇଥିଲା । ସପୁର ଗଉଡ଼,କଲାବତୀ କୁମାର,ଆଲ୍ଲାଦିନୀ ଭୋଇଙ୍କୁ କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ କରା ଯାଇଥିଲା। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version