ପାଇଖାନା ପ୍ୟାନରୁ ନାଗ ସାପ ଉଦ୍ଧାର

 ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ବାଙ୍କୀ :- ବାଙ୍କୀ ଏନଏସି ଅନ୍ତର୍ଗତ ୮ ନମ୍ବର ୱାର୍ଡ ଚର୍ଚ୍ଚିକା ଗ୍ରାମର ପ୍ରକାଶ ମିଶ୍ରଙ୍କ ପାଇଖାନା ପ୍ୟାନ ଫାଙ୍କ ଭିତରେ ଏକ ନାଗ ସାପ ଲୁଚି ରହିଥିଲା । ସମୟ ସମୟରେ ସାପଟି ପଦାକୁ ବାହାରିବା ପରିବାର ଲୋକେ ଦେଖୁଥିଲେ, କିନ୍ତୁ ଅଧିକାଂଶ ସମୟରେ ସାପଟି କୁଆଡ଼େ ଯାଉଥିଲା ତାହା ଜାଣି ପାରୁନଥିଲେ । ଗତକାଲି ସ୍ନେକହେଲ୍ପ ଲାଇନ ଆପ୍‌ରୁ ନମ୍ବର ସଂଗ୍ରହ କରି ରାତି ପ୍ରାୟ ୧୧ଟା ବେଳେ ପ୍ରକାଶ ମିଶ୍ର ସାପ ଟିର ଫଟୋ ସ୍ନେକହେଲ୍ପ ଲାଇନ ସାଧାରଣ ସଂପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠେଇଥିଲେ ।

ସେଇ ସାପଟିକୁ ନାଗସାପ ବୋଲି ଚିହ୍ନଟ କରି ଶ୍ରୀ ମଲ୍ଲିକ ବାଙ୍କୀ ନିଜ ଘରକୁ ଆସିଥିବା ସ୍ନେକହେଲ୍ପ ଲାଇନ ର ରାଜ୍ୟ ସଦସ୍ୟ ଲଳିତ ମୋହନ ପଣ୍ଡା ଙ୍କୁ ସୂଚନା ଦେଇଥିଲେ ।ଶ୍ରୀ ପଣ୍ଡା ସାପ ଟି କୁ ରେସ୍କିଉ କରିବା ପାଇଁ ବାଙ୍କୀ ର ସ୍ନେକ ହେଲ୍ପ ଲାଇନ ସଦସ୍ୟ ଦୁର୍ଗା ମାଧବ ମହାପାତ୍ର ଙ୍କ ସହ ଶ୍ରୀ ମିଶ୍ର ଙ୍କ ଘରକୁ ଯାଇ ପାଇଖାନା ପ୍ୟାନ ପାଖରୁ ସାପ ଟିକୁ ଉଦ୍ଧାର କରିବା ପାଇଁ ଦୀର୍ଘ ଏକ ଘଣ୍ଟା ପରିଶ୍ରମ କରିବା ପରେ ମଧ୍ୟ ସାପ ଟି ବାହରି ନଥିଲା ।

ତା’ପରେ ବାଧ୍ୟ ହୋଇ ପାଇଖାନା ପ୍ୟାନ ର ଡାହାଣ ପଟ ପାଦ ରଖିବା ସ୍ଥାନକୁ ଶାବଳ ଦ୍ୱାରା ତାଡିବା ପରେ ନାଗସାପର ଲାଞ୍ଜ ଦେଖା ଯାଇଥିଲା । ୪ଫୁଟ ଲମ୍ବର ସାପଟିକୁ କୌଶଳ କରି ସ୍ନେକ ହୁକ ସାହାଯ୍ୟରେ ପାଇଖାନା ପ୍ୟାନ ପାଖରୁ ଲଳିତ ବାହାର କରି ପାଇଖାନା ଘର ବାହାରକୁ ଆଣି ଏକ ବ୍ୟାଗ ଭିତରେ ଭର୍ତ୍ତି କରି ଥିଲେ । ଏହିଉଦ୍ଧାର କାର୍ଯ୍ୟ ରେ ଦୁର୍ଗା ମାଧବ ଲଳିତ ଙ୍କୁ ସହଯୋଗ କରିଥିଲେ। ସାପଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଅବାସ ସ୍ଥଳୀରେ ଛାଡି ଦିଆଯାଇଛି ।

Exit mobile version