ଅତାବିରା ବ୍ଲକ ବାବେବିରା ଠାରେ ଜୟ କିସାନ ଆନ୍ଦୋଳନ ର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ବରଗଡ଼ :- ଅତାବିରା ବ୍ଲକ ଅନ୍ତର୍ଗତ ବାବେବିରା ଠାରେ ଜୟ କିସାନ ଆନ୍ଦୋଳନ ର ବ୍ଲକ ସ୍ତରୀୟ କର୍ମୀ ସମ୍ମିଳନୀ ଭଞ୍ଜନ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ର ପ୍ରାରମ୍ଭରେ ଚାଷୀ ନେତା ସ୍ବର୍ଗତ ଲକ୍ଷ୍ମଣ ପ୍ରଧାନ ଙ୍କ ବିୟୋଗ ରେ ଶୋକବ୍ଯକ୍ତ କରାଇଥିଲା । ସମ୍ମିଳନୀ ରେ ଚାଷୀ ବିରୋଧୀ ତିନି କଳା ଆଇନ ପ୍ରତିବାଦ ରେ ଦିଲ୍ଲୀ ରେ ଚାଲିଥିବା ଐତିହାସିକ ଚାଷୀ ଆନ୍ଦୋଳନ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଚାଷୀ ନେତା ଲିଙ୍ଗରାଜ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ଧାନ ବିକ୍ରି ସମସ୍ୟା ସହ ଚାଷୀ ବିରୋଧୀ କଳା ଆଇନ ର ସଂପର୍କ ବିଷୟରେ ସୂଚନା ଦେଇ କହିଲେ ଯେ ଭାରତ ସ୍ବାଧୀନତା ଆନ୍ଦୋଳନ ଭଳି ଆଜି ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି ।

ଆଜି ଦେଶର ପ୍ରାୟ ୫୦୦ ସହ ରୁ ଅଧିକ କୃଷକ ସଂଗଠନ ସଂଯୁକ୍ତ କୃଷକ ମୋର୍ଚା ନାଁ ରେ ଆନ୍ଦୋଳନ ଚଳାଇଛନ୍ତି । ସଂଯୁକ୍ତ କୃଷକ ମୋର୍ଚ୍ଚା ଆହ୍ୱାନ କ୍ରମେ ଆସନ୍ତା ୨୭ ସେପ୍ଟେମ୍ବର ର ଭାରତ ବନ୍ଦ ଡାକରା କୁ ବରଗଡ ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତି ପକ୍ଷରୁ ସମର୍ଥନ କରାଯାଇଥିଲା ଏବଂ ଏହାକୁ ସମର୍ଥନ କରି ବରଗଡ ରେ ମଧ୍ୟ ବନ୍ଦ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ବୈଠକରେ ଅନ୍ଯମାନଙ୍କ ମଧ୍ଯରେ ଅରୁଣ ସାହୁ, ରମେଶ ମହାପାତ୍ର , ହର ବଣିଆଁ, କିଶୋର ସାହୁ, ଅରୁଣ ପ୍ରଧାନ,ଜିତୁ ବେହେରା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ଶେଷରେ ନିମାଇଁ ଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।(ସତ୍ୟ ନାରାୟଣ ପ୍ରଧାନ) 

Exit mobile version