ଓଡ଼ଗାଁବ୍ଲକରେ ସିପିଆଇଏମ୍ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ସେପ୍ଟେମ୍ବର , ବୁଧବାର ) ଓଡ଼ଗାଁ :- ଆଜି କୃଷକ ଏବଂ ଶ୍ରମିକମାନଙ୍କର ୧୪ ଦଫା ଦାବି ନେଇ ସିପିଆଇ(ଏମ୍) ପକ୍ଷରୁ ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ତରଫରୁ ଏକ ଶୋଭାଯାତ୍ରା ଦଲକଛକଠାରୁ ବାହାରି ବଜାର ପରିକ୍ରମା କରିବା ସହ ବ୍ଲକ ପର୍ଯ୍ୟନ୍ତ ପହଞ୍ଚିଥିଲା ।କୃଷକ ନେତା ଗୋଲକ ବିହାରୀ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସିପିଆଇ(ଏମ୍)ର ବରିଷ୍ଠ ନେତା ବିଶ୍ୱନାଥ ମହାପାତ୍ର,ଆଞ୍ଚଳିକ ସମ୍ପାଦକ ପବିତ୍ର ଇନ୍ଦ୍ରଜିତ,ଯୁବନେତା ଆଲୋକ ପ୍ରଧାନ,ଧୀରେନ ପାତ୍ର ପ୍ରମୁଖ କେନ୍ଦ୍ର ବିଜେପି ସରକାରର କୃଷକ ଓ ଶ୍ରମିକମାରଣ ନୀତିର କଟୁ ସମାଲୋଚନା କରିଥିଲେ ।ଦିଲ୍ଲୀ କୃଷକ ଆନ୍ଦୋଳନକୁ ସମର୍ଥନ କରି ସେପ୍ଟେମ୍ବର ୨୭ ତାରିଖ ଭାରତ ବନ୍ଦକୁ ସମର୍ଥନ କରିବା ପାଇଁ ଆହ୍ୱାନ ଦେଇଥିଲେ ।

କେନ୍ଦ୍ରର ତିନି କଳା କୃଷି ଆଇନ ପ୍ରତ୍ୟାହାର କରିବା, ଶ୍ରମକୋଡ଼ ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ କରିବା ପ୍ରଭୃତି କେନ୍ଦ୍ରୀୟ ଦାବି ସହିତ ଧାନମଣ୍ଡିର ଅବ୍ୟବସ୍ଥା ,ସାରର କୃତ୍ରିମ କଳାବଜାରୀ ରୋକିବା,ନିର୍ମାଣ ଶ୍ରମିକଙ୍କୁ ପକ୍କାଘର ଯୋଗାଇଦେବା,ବ୍ଲକରେ ଶୀତଳଭଣ୍ଡାର ଖୋଲିବା,ବୃତଙ୍ଗ ଜଳସେଚନ ଯୋଜନା ଏବଂ ଚିନିକଳ ଚାଲୁ କରିବା ପ୍ରଭୃତି ଦାବି ସମ୍ବଳିତ ଏକ ସ୍ମାରକପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ ଜ୍ୟୋତିପ୍ରଭା ଜେନା ,କୃଷକ ନେତା ରବି ମହାପାତ୍ର ,ଭାଗିରଥି ସ୍ୱାଇଁ ,ସୁରେଶ ପ୍ରଧାନ,ଭାଗବତ ପ୍ରଧାନ ,ପ୍ରସନ୍ନ ବାରିକ,ଯୋଗେନ୍ଦ୍ର ବରାଡ଼ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version