ପୋଖରୀରେ ବୁଡି ବୃଦ୍ଧ ମୃତ – ଓଡ଼ଗାଁ

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ସେପ୍ଟେମ୍ବର,ବୁଧବାର ) ଓଡ଼ଗାଁ :- ଏଭଳି ଅଭାବନୀୟ ଘଟଣା ଘଟିଛି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମପଞ୍ଚାୟତ ବ୍ରାହ୍ମଣଡ଼ିହି ଗ୍ରାମରେ ।ସୂଚନା ଅନୁଯାୟୀ ଗତକାଲି ରଘୁନାଥ ଖୁଣ୍ଟିଆ (୭୦) ନାମକ ଜଣେ ବ୍ୟକ୍ତି ଅପରାହ୍ନ ସମୟରେ ନିକଟସ୍ଥ କେରୁଆବଣି ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରିନଥିଲେ ।ଏ ନେଇ ପରିବାର ଲୋକେ ବହୁତ ଖୋଜାଖୋଜି ପରେ ଓଡ଼ଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଏ ନେଇ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି ପରେ ରଘୁନାଥଙ୍କ ମୃତଦେହ ଠାବ ହୋଇପାରିନଥିଲା ।ତେବେ ଆଜି ସକାଳୁ ପୋଖରୀରେ ବୃଦ୍ଧଙ୍କ ଶବ ଭାସୁଥିବା ଦେଖି ଓଡ଼ଗାଁ ଅଗ୍ନିଶମ ବିଭାଗ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାଯାଇଛି । ( ଓଡ଼ଗାଁ ରିପୋର୍ଟ ,ଅଶ୍ଵିନୀ କୁମାର ସାହୁ )

Exit mobile version