ରକ୍ତଦାନକରି ୧୨ ବର୍ଷ କିଶୋରର ଜୀବନ ବଂଚାଇଲେ – ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ପୂର୍ବରୁ ଅନେକଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ସାହାଯ୍ୟ କରିବାର ବିଭିନ୍ନ ଦୃଷ୍ଟାନ୍ତ ରହିଛି । ନିକଟରେ ଏକ ୧୨ ବର୍ଷର କିଶୋରକୁ ରକ୍ତର ଆବଶ୍ୟକତା ଥିବାବେଳେ ତାକୁ ରକ୍ତ ଦାନକରି ୧୦୮କର୍ମଚାରୀ ଦେଇଛନ୍ତି ଆଉ ଏକ ମହାନତାର ପରିଚୟ । ଘଟଣା ଅନୁଯାୟୀ ବଲାଙ୍ଗିର ଜିଲ୍ଲା ନୁଆଗାଁ ବ୍ଲକର ଗୋରଗୋଟ ଗ୍ରାମର ୧୨ ବର୍ଷର ବାଳକ, ପ୍ରେମ ସାଗର ନାଗ ଜ୍ୱରରେ ଆକ୍ରାନ୍ତ ଥିଲେ ।

ତେଣୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବଲାଙ୍ଗିର ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଅଛିବୋଲି କହିଥିଲେ । ସେତେବେଳେକୁ ରାତି ଅଧିକା ହୋଇଯାଇଥିବା ସହ ତାଙ୍କ ପାଖରେ କେବଳ ତାଙ୍କ ମା’ ଥିଲେ । ଅନ୍ୟ ଉପାୟ ନପାଇ ତାଙ୍କ ମା’ ତାଙ୍କୁ ଆଣିଥିବା ଆମ୍ବୁଲାନ୍ସ କର୍ମିଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଥିଲେ । ସେତେବେଳେ ଉକ୍ତ ଆମ୍ବୁଲାନ୍ସରେ ପାଇଲଟ, ହିମାଂଶୁ ସାହୁ, ଇଏମଟି, ସୌରଭ ବିଶି ଏବଂ ହେଲପର ହିମାଞ୍ଚଳ କୁଅଁର କାର୍ଯ୍ୟରତଥିଲେ

ପରିସ୍ଥିତର ଗମ୍ଭିରତାକୁ ଦୃଷ୍ଟିରେରଖି ଆମ୍ବୁଲାନ୍ସର ଇଏମଟି ସଙ୍ଗେ ସଙ୍ଗେ ବ୍ଲଡ଼ ବ୍ୟାଙ୍କ ସହ ଯୋଗାଯୋଗକରି ନିଜ ରକ୍ତ ବଦଳରେ ଆବଶ୍ୟକଥିବା ‘ଓ’ ପଜିଟିଭ ରକ୍ତ ଯୋଗଡ଼ କରିପାରିଥିଲେ । ବିପଦରେ ପଡ଼ିଥିବା ତଥା ପୂର୍ବରୁ ବାପାଙ୍କୁ ହରାଇଥିବା ଏହି ବାଳକକୁ ନିଜ କର୍ମକ୍ଷେତ୍ର ବାହାରକୁ ଯାଇ ସାହାଯ୍ୟ କରିଥିବାରୁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏପରି ସେବା ମନୋବୃତିକୁ ସ୍ଥାନୀୟ ଅଂଚଳରେ ଖୁବ୍ ପ୍ରଂଶସା କରାଯାଇଛି ।

Exit mobile version