କରୋନା ଫେରାଇଲା ସାଇକେଲର ଯୁଗ , କମିଛି ପ୍ରଦୂଷଣ ଓ ଦୂର୍ଘଟଣା

ହିଂଜିଳିକାଟୁ, ( ଓଡିଶାତାଜାନ୍ୟୁଜ୍‌ ) 21.4.2020 ଏପ୍ରିଲ,ରିପୋର୍ଟ – ଶେଷଦେବ ସାହୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ସାରା ଦେଶରେ ଏବେ ଲକଡ଼ାଉନ । ଗତ ମାର୍ଚ୍ଚ ୨୨ ତାରିଖ ଠାରୁ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକଡ଼ାଉନ ଘୋଷଣା କରିଛନ୍ତି ସରକାର । ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ବାହାରିବାକୁ ବାରଣ କରାଯାଇଛି ।

Anitque Atlas bicycles at Golden Oldies antique store in High Point, NC.

ଅତ୍ୟାବଶ୍ୟକ ସମୟରେ ଚାଲି ଚାଲି କିମ୍ବା ସାଇକେଲ ଯୋଗେ ଆସି ବଜାର ସଉଦା କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସକାଶେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ ଦୂରତ୍ୱ ରକ୍ଷା କରିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର ସକାଶେ ପ୍ରଶାସନ ପକ୍ଷରୁ ଜନ ସଚେତନ କରାଯାଉଛି । ବିଶେଷ କରି ମୋଟର ସାଇକେଲ ଚଳାଚଳକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଛି । ତଥାପି କିଛି ଅମାନିଆ ଏଥିରୁ ନିବୃତ ହେଉନାହାନ୍ତି ।

ତେବେ କିଛି ସଚେତନ ଜନସାଧାରଣ ବର୍ତମାନ ମୋଟର ସାଇକେଲ ଚଲାଇବାରୁ ନିଜକୁ ନିବୃତ ରଖି ଜରୁରୀ କାମ ପାଇଁ ସାଇକେଲ ବ୍ରବହାର କରୁଥିବା ଦେଖିବାକୁ ମିଳିଛି । ଏଥି ପାଇଁ ଘରେ ସାଇତି ରଖିଥିବା ପୁରୁଣା ସାଇକେଲକୁ ବାହାର କରି ଚଲାଇବାକୁ ବାଧ୍ୟ ହେଉଛନ୍ତି । କେତେକ ଜନସାଧାରଣ ନିଜ ପିଲାଙ୍କ ସାଇକେଲ ଧରି ବଜାରକୁ ଆସୁଥିବା ବେଳେ କିଛି ଲୋକ ନିଜ ବନ୍ଧୁ ପରିଜନଙ୍କ ଠାରୁ ସାଇକେଲ ମାଗି ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି ।

500164577

ପ୍ରତ୍ୟେହ ବହୁ ପରିମାଣରେ ଗାଡ଼ି ମୋଟର ଚଳପ୍ରଚଳ ହେବା ସେଥିରୁ ନିର୍ଗତ ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ ବାୟୁରେ ମିଶି ବାୟୁମଣ୍ଡଳ ଦୁଷିତ ହେବା ସହ ପ୍ରଦୂଷଣ ବୃଦ୍ଧି ପାଉଥିଲା । ତେବେ ମୋଟର ସାଇକେଲର ସ୍ଥାନ ସାଇକେଲ ନେଇଥିବାରୁ ବାୟୁମଣ୍ଡଳ ପ୍ରଦୂଷିତ ନହେବା ସହ ଶବ୍ଦ ପ୍ରଦୂଷଣ ଓ ଦୂର୍ଘଟଣା ହାର କମିଛି । ସାଇକେଲ ଚାଳନା ଦ୍ୱାରା ବ୍ୟାୟମ କରିବାର ଲାଭ ମିଳିପାରୁଛି ବୋଲି କିଛି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି ।

Exit mobile version