ବାଲେଶ୍ୱର ,ରିପୋର୍ଟ / ଦୀପ୍ତିମାନ୍ ପତି (ଓଡିଶା ତାଜା ନ୍ୟୁଜ୍ ) ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ , ୨୧ ଏପ୍ରିଲ, ମଙ୍ଗଳବାର :- ବାଲେଶ୍ୱର, ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଆଜିର ଏହି ୫ଜଣ ବାଲେଶ୍ୱର ଅଂଚଳର ବୋଲି ସୂଚନା ମିଳିଛି । ବର୍ତ୍ତମାନ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି । ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୪ ରୁ ୭୯କୁ ବୃଦ୍ଧି ପାଇଛି । ହେଲେ ଏହି କରୋନା ଆକ୍ରାନ୍ତ କାହା ସଂସ୍ପର୍ଶରେ ଆସିଛନ୍ତି ବୋଲି ଜଣାପଡ଼ି ନାହିଁ । ଏବେ ସୁଦ୍ଧା ରାଜ୍ୟରେ ୧୧ହଜାର ୭୪୮ଟି ସାମ୍ପଲ ଟେଷ୍ଟ ହୋଇଛି । ଏଯାବତ୍ ୪୮୬୧ଟି ସାମ୍ପଲ୍ର ରାପିଡ୍ ଆଣ୍ଟିବଡି ଟେଷ୍ଟ କରାଯାଇଛି । ବର୍ତ୍ତମାନ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯ ଛୁଇଁଲା ସେଥିମଧ୍ୟରୁ ୨୫ଜଣ ସୁସ୍ଥ ହୋଇଛନ୍ତି, ଜଣେ ମୃତ୍ୟୁବରଣ କରିଛନ୍ତି ଅନ୍ୟ ୫୩ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର ଓ କଲ୍ୟାଣ ବିଭାଗର ୱେବ୍ସାଇଟ୍ରୁ ପ୍ରକାଶ ପାଇଛି । ଗତକାଲି ରାଜ୍ୟରେ ଗୋଟିଏ ଦିନରେ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସକାଳେ ଭଦ୍ରକରୁ ୫ଜଣ, ବାଲେଶ୍ୱରରୁ ୨ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ୬ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲେ ସେଥିମଧ୍ୟରୁ ଯାଜପୁରରୁ ୫ଜଣ ଓ ସୁନ୍ଦରଗଡ଼ରୁ ଜଣେ ପଜେଟିଭ୍ ଚିହ୍ନଟ ହୋଇଥିଲେ ।
ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ – ରାଜ୍ୟରେ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା - ପ୍ରକଳ୍ପରେ ଝଲସିଲେ ପ୍ରତିଭା
by
Proprietor Abhimanyu Maharana
September 13, 2026
MALABAR GOLD UNVEILS ”PLATINUM SHOW“ AT SAHID NAGAR STORE
by
Proprietor Abhimanyu Maharana
September 13, 2026
ବିଶ୍ଵ ପ୍ରାଥମିକ ଉପଚାର ଦିବସ ପାଳିତ
by
Proprietor Abhimanyu Maharana
September 13, 2026
ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ
by
Proprietor Abhimanyu Maharana
September 13, 2026
ରଣପୁରରେ ନବ ଭାରତ ସାକ୍ଷରତା ସଚେତନତାର ନିଆରା ପ୍ରୟାସ
by
Proprietor Abhimanyu Maharana
September 13, 2026
ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣଧିନ ଜଗନ୍ନାଥଙ୍କ ମନ୍ଦିର ପାଇଁ ଆସିଲା ଚାରି ଦ୍ୱାରବନ୍ଧ ଶହ ଶହ ଭକ୍ତଙ୍କ ଉପସ୍ଥିତିରେ ଭବ୍ୟ ସ୍ୱାଗତ
by
Proprietor Abhimanyu Maharana
September 13, 2026