ବରଗଡ଼ ମହିଳା ସମିତି ର ନୂତନ ଗୃହ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ବରଗଡ଼ :- ବରଗଡ଼ ମହିଳା ସମିତି ର ନୂତନ ଗୃହ କୁ ବରଗଡ଼ ସାଂସଦ ସୁରେଶ ପୂଜାରୀ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ଆୟୋଜିତ ସଭାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, ସୁରେଶ୍ଵର ଶତପଥୀ,ପ୍ରୀତମ ସିଂ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ର, ମହିଳା ସମିତି ର ସଭାନେତ୍ରୀ ଶ୍ରୀମତୀ ଗୀତା ମିଶ୍ର,

ସମ୍ପାଦିକା ହରଜିନ୍ଦର କୈ।ର, ଶ୍ରୀମତୀ ଯୋଶୋଦା ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାକୁ ଶ୍ରୀମତୀ ବନଶ୍ରୀ ପାତ୍ର ପରିଚାଳନା କରିଥିଲେ। ଶେଷରେ ଶ୍ରୀମତୀ ଜୟଗୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।(ସତ୍ୟ ନାରାୟଣ ପ୍ରଧାନ) 

Exit mobile version