୪୦ଲିଟର ଦେଶୀ ମଦ ସହ ସ୍କୁଟି ଜବତ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ଆଜିକଟକ ଅବକାରୀ  ଅଧିକ୍ଷକ ରଜତ ପ୍ରହରାଜଙ୍କ ନିର୍ଦ୍ଦେଶକ୍ରମେ ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ  ବାଙ୍କୀ ର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ବାଙ୍କୀ କଟକ ମୁଖ୍ୟ ରାସ୍ତା ଖମାରଙ୍ଗ ଗ୍ରାମ ପାଖ ରାସ୍ତାରେ ଏକ ମହିଳା ସ୍କୁଟି ନେଇ ଯାଉଥିବା ବେଳେ ଅଚାନକ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ କରିବା ପରେ  ଉକ୍ତ ସ୍କୁଟି  ଢ଼ିକି ରୁ ୪୦ଲିଟର ଚୋରା ଦେଶୀମଦ ଜବତ କରାଯାଇଥିଲା।

ଅବକାରୀ ବିଭାଗ ଉକ୍ତ ସ୍କୁଟି ଗାଡ଼ି ନମ୍ବର ଓଡ଼ି୦୫-ଏଡବ୍ଲ୍ୟୁ ୭୬୬୮ ଗାଡ଼ିକୁ ଜବତ କରିବା ସହ  ଗାଡିରେ ଚୋରା ଦେଶୀ ମଦ ନେଉଥିବା ରଣପୁର ଗ୍ରାମର ଲକ୍ଷ୍ମୀସେଠ  ଙ୍କୁ ଗିରଫ କରିଛନ୍ତି। ଏହି ଚଢ଼ାଉ  ରେ ଅବକାରୀ ଏସ୍‌.ଆଇ ଦୀପକ ସାମଲ, କନେଷ୍ଟବଳ ସଂଜୟ ରାଉତ, ପୂର୍ଣ୍ଣଚନ୍ଦ୍ର ମାଝି, ବିଶ୍ୱନାଥ ସୁରେନ, ବିଶ୍ୱଜିତ୍ ବେହେରା  ପ୍ରଭୃତି ସାମଲି ଥିଲେ । ଶ୍ରୀମତୀ ସେଠ  ଙ୍କୁ ଗିରଫ କରି ଅବକାରୀ ବିଭାଗ କେସ୍ ନୁମ୍ବର ୫୯/୨୦୨୧ରେ ମାମଲା ରୁଜୁ କରି  ବାଙ୍କୀ  କୋଟ କୁ ପଠାଇ ଛନ୍ତି ବୋଲି ଅବକାରୀ ଅଧକାରୀ ଶ୍ରୀ ଲାକ୍ରା ପ୍ରକାଶ କରିଛନ୍ତି ।

Exit mobile version