ମହାନଦୀ ପଠାରେ ଫସି ଗଲେ ଚାରି ଜଣ ଯୁବକ ,ଦମକଳ ବାହିନୀ ଦ୍ୱାରା ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର )ବାଙ୍କୀ :- ବାଙ୍କୀ ଥାନା ଅନ୍ତର୍ଗତ ରତାଗଡ଼ ପଞ୍ଚାୟତର ସହଙ୍ଗା ଗୋପାଳପୁର ଗ୍ରାମର ୪ ଜଣ ଯୁବକ ମହାନଦୀ ବଢି ପାଣିରେ ଫସି ରହିଥିବା ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ଦମକଳ ବାହିନୀର ଅକ୍ଲାନ୍ତ ପରିଶ୍ରମ ରେ ଫସି ରହିଥିବା ୪ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ୧୨ ଟି ଗାଈ ମହାନଦୀର ବଢି ପାଣିରେ ଭାସି ଯାଇଥିବା ସୂଚନା ମିଳିଛି ।ସୂଚନା ଥାଉକି ସ୍ଥାନୀୟ ସହଙ୍ଗା ଗୋପାଳପୁର ଅଞ୍ଚଳର ମଳୟ ରଂଜନ ରାଉତ ଙ୍କ ସହ ୩ ଜଣ ଯୁବକ ନିଜ ଗାଈ ମାନଙ୍କୁ ଚରିବା ପାଇଁ ମହାନଦୀର ବାଲି ପଠା କୁ ଛାଡ଼ି ଥିଲେ ଆଉ

ଅପରାହ୍ନ ସମୟରେ ଗାଈ ମାନଙ୍କୁ ଆଣିବାକୁ ଯାଇଥିବା ବେଳେ ଅଚାନକ ମହାନଦୀ ରେ ପାଣି ବଢିବା ରୁ ନଦୀ ବାଲି ପଠାରେ ଫସି ରହିଥିଲେ ।ଯୁବକମାନଙ୍କୁ ଏହି ଭଳି ମହାନଦୀର ବାଲି ପଠାରେ ଫସି ଯାଇଥିବା ଦେଖି ଲୋକେ ଅଗ୍ନିଶ୍ରମ ବହିନୀକୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଙ୍କୀ ଅଗ୍ନିଶ୍ରମ ବାହିନୀ ପହଞ୍ଚି ମହାନଦୀରୁ ୪ ଜଣ ଯୁବକଙ୍କୁ ବୋଟ ଯୋଗେ ଉଦ୍ଧାର କରିବାରେ ସଫଳ ହୋଇଥିଲେ। କିଛି ଗାଈ ଗୋରୁ ନଦୀରେ ପହଁରି ସେମାନଙ୍କ ଘରକୁ ପଳାଇ ଆସିଥିବାବେଳେ ଆଉ କିଛି ଗୋରୁ ଭାସି ଯାଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମ ବାସୀ ଉଦ୍ଧାର ହୋଇଥିବା ଯୁବକ ଦେଲେ ସୂଚନା।

Exit mobile version