ମାଳିସାହି ପଞ୍ଚାୟତ ରେ ଲୋକମାନଙ୍କ ସମସ୍ୟା ବୁଝିବା ସହ ମାସ୍କ୍ ବଣ୍ଟନ କଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ନୂଆଗାଁ :- ଦୃଢ଼ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଥିଲେ ସବୁ ସମ୍ଭବ।ଯାହାକି ଲଗାଣ ବର୍ଷା କୁ ଖାତିର ନକରି ଲୋକ ମାନଙ୍କ ସେବା ରେ ଲାଗିପଡିଛନ୍ତି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଗାଁ ଗାଁ ବୁଲି ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା,ଲୋକମାନଙ୍କ ସୁଖ ଦୁଃଖ ବୁଝିବା ସହ ମାସ୍କ୍ ବଣ୍ଟନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ଯୋଗଦାନ କରୁଛନ୍ତି ଦଶପଲ୍ଲା ବିଧାୟକ । ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସାହି ପଞ୍ଚାୟତ ର ମାଳିସାହି ଗ୍ରାମ ଏବଂ ଦେଉଳି ଗ୍ରାମ ରେ ଲଗାଣ ବର୍ଷା କୁ ଖାତିର ନକରି ଘର ଘର ବୁଲି କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ ଦଶପଲ୍ଲା ବିଧାୟକ ।

ମାସ୍କ ବଣ୍ଟନ ସମୟରେ ବିଧାୟକ ଙ୍କ ସହିତ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଆତ୍ମା ଅଧ୍ୟକ୍ଷ ତଥା ଯୁବ ବିଜେଡ଼ି ସଂଗଠକ ସଞ୍ଜୟ କୁମାର ସାହୁ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ, ଜିଲ୍ଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ, ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ସ୍ଥାନୀୟ ସମିତି ସଭ୍ୟ ଦୀପକ୍ କୁମାର ପ୍ରଧାନ ,ପଞ୍ଚାୟତ ବିଜେଡ଼ି ସଭାପତି ଙ୍କ ସମେତ ବହୁ ବରିଷ୍ଠ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ। ଦଶପଲ୍ଲା ବିଧାୟକ ଙ୍କୁ ମାଳିସାହି ଗ୍ରାମ ପଞ୍ଚାୟତ ର ଜନସାଧାରଣ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version