ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ଓଡ଼ିଶାରେ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଓଡ଼ିଶା ରାଜ୍ୟରେ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ କରାଯାଇଛି । ୧୮୦-୨୦୦ ସିସି ବର୍ଗରେ ବିପ୍ଳବ ଆଣିବା ଲାଗି କଂପାନି ଏହି ବାଇକ୍ ଆଣିଛି । ନୂଆ ସିବି୨୦୦ଏକ୍ସ ହେଉଛି ଅତ୍ୟନ୍ତ ଯତ୍ନର ସହ ପ୍ରସ୍ତୁତ କରାଯାଇଥିବା ଏକ ମେସିନ୍‌ ଯାହା ନିତିଦିନିଆ ଗାଡ଼ି ଚାଳନା ଓ ସପ୍ତାହର ଶେଷ ଦିନଗୁଡ଼ିକରେ ନୂଆ ସ୍ଥାନ ବୁଲିବା ଲାଗି ଅତ୍ୟନ୍ତ ଆରାମ ପ୍ରଦାନ କରୁଛି । ଏହି ସ୍ୱତନ୍ତ୍ର ସୁବିଧା ଓ ଦୃଢ଼ ଚରିତ୍ର ସହିତ ଏହା ହେଉଛି ଏକ ଅର୍ବାନ ଏକ୍ସପ୍ଲୋରର୍ ଯାହା ବାଇକ୍‌ପ୍ରେମୀଙ୍କ ଅଭିଳାଷ ପୂରଣ କରୁଛି । ଓଡ଼ିଶାରେ ଏହି ବାଇକ୍‌ର ଡେଲିଭରି କଂପାନିର ରେଡ୍ ୱିଙ୍ଗ୍ ଡିଲର୍‌ସିପ୍‌ରୁ ଆରମ୍ଭ ହୋଇଛି ଯେଉଁଠାରେ ପ୍ରଥମ ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିବା ଲାଗି ଭୁବନେଶ୍ୱରର ଗୁଗ୍‌ନାନି ହୋଣ୍ଡାରେ ଏକ ସମାରୋହ ଆୟୋଜନ କରାଯାଇଥିଲା । ସିବି୨୦୦ଏକ୍ସରେ ସ୍ୱତନ୍ତ୍ର ଡିଜାଇନ୍ ରହିଛି ।

ଏଥିରେ ଅପ୍‌ରାଇଡ୍ ବସିବା ପୋଜିସନ୍‌, ସ୍ପୋର୍ଟି ଅଣ୍ଡର୍ କାଉଲ୍ ଓ ଅପ୍‌ସ୍ୱେପ୍ଟ ଏକ୍‌ଜଷ୍ଟ୍‌, ସ୍ୱାଗ୍‌ଡ ହାଣ୍ଡେଲ୍‌ବାର୍‌, ଟଲ୍ ଭାଇଜର୍‌, ଏଲ୍‌ଇଡି ସମନ୍ୱିତ ନକଲ୍ କଭର୍‌, ୫-ୱାଇ ଆକୃତିର ଆଲୟ ହ୍ୱିଲ୍‌, ଗୋଲ୍‌ଡେନ୍ ଅପ୍‌ସାଇଡ୍ ଡାଉନ୍ ସାମ୍ନା ଫର୍କ, ସର୍ଭିସ୍ ଡିଉ ଇଣ୍ଡିକେଟର୍ ସହିତ ୫-ସ୍ତରୀୟ ଆଡ୍‌ଜଷ୍ଟେବଲ୍ ବ୍ରାଇଟ୍‌ନେସ୍‌, ସାମ୍ନା ଓ ପଛରେ ପେଟାଲ୍ ଡିସ୍କ୍ ବ୍ରେକ୍ ସହିତ ଏବିଏସ୍‌, ହାଜାର୍ଡ ସ୍ୱିଚ୍ ସୁବିଧା ଓ ଦୃଢ଼ ଟ୍ରେଡ୍‌ ପାଟର୍ଣ୍ଣ ଥିବା ଟାୟାର୍ ରହିଛି । ଏଥିରେ ୧୮୪ ସିସି ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ୍‌, ରୋଲର୍ ରକର୍ ଆର୍ମ, ପିଷ୍ଟନ୍‌ କୁଲିଂ ଜେଟ୍‌, ଡାଇମଣ୍ଡ୍ ପ୍ରକାରର ଷ୍ଟିଲ୍ ଫ୍ରେମ୍ ରହିଛି । ଏହା ପର୍ଲ ନାଇଟ୍‌ ବ୍ଲାକ୍‌, ମ୍ୟାଟ୍ ସେଲେନ ସିଲ୍‌ଭର୍ ମେଟାଲିକ୍‌, ସ୍ପୋର୍ଟ୍‌ସ ରେଡ୍ ରଙ୍ଗରେ ଉପଲବ୍ଧ ରହିଛି । ଓଡ଼ିଶାର ଭୁବନେଶ୍ୱରରେ ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ ୧,୪୪,୫୦୦ ଟଙ୍କା ରହିଛି । ଏହା ଉପରେ ହୋଣ୍ଡାର ୬ ବର୍ଷିଆ ୱାରେଂଟି ପ୍ୟାକେଜ୍ ରହିଛି ।

Exit mobile version